ଆସ ବିଦ୍ୟାଳୟ ଯିବା ସଚେତନତା ଶିବିର ଅନୁଷ୍ଠିତ
ମାଲକାନଗିରି, ୧୭ ଜାନୁଆରି (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଟେମୁରୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଆସ ବିଦ୍ୟାଳୟ ଯିବା ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ର
ଆସ ବିଦ୍ୟାଳୟ ଯିବା ସଚେତନତା ଶିବିର ଅନୁଷ୍ଠିତ


ମାଲକାନଗିରି, ୧୭ ଜାନୁଆରି (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଟେମୁରୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଆସ ବିଦ୍ୟାଳୟ ଯିବା ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛତିଶ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ। ପଡୋଶୀ ରାଜ୍ୟ ଛତଶଗଡ଼ କୁ ଲାଗି ରହିଥିବା ଏହି ଉପାନ୍ତ ଅଞ୍ଚଳରେ ବହୁ ବିଦ୍ୟାର୍ଥୀ ସଚେତନତା ଅଭାବରୁ କେତେକ ଷଷ୍ଠ,ନବମ ଓ ଦଶମ ଯିବା ପୂର୍ବରୁ ବିଦ୍ୟାଳୟକୁ ଆସୁ ନାହାନ୍ତି। ଫଳରେ ବହୁ ବିଦ୍ୟାର୍ଥୀ ଶିକ୍ଷା ଲାଭ କରି ପାରୁ ନାହାନ୍ତି।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ଜାତୀୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ମାଥିଲି କେନ୍ଦ୍ରର ସଂଯୋଜକ ମିହିର ମଣ୍ଡଳ ଓ ସହକାରୀ ସଂଯୋଜିକା ପ୍ରତିଭା ସାହୁ ଯୋଗଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଗ୍ରାମବାସୀ, ପଞ୍ଚାୟତରାଜ ସଦସ୍ୟ ପୁରାତନ ଛାତ୍ରୀ ଛାତ୍ର ମାନଙ୍କ ସହିତ ଆଞ୍ଚଳିକ ଗୋଷ୍ଠୀ ସାଧନ କେନ୍ଦ୍ରର ସମ୍ବଳ ଅଧିକାରୀ ବିଭିନ୍ନ ପ୍ରକାରର ସ୍ଲୋଗାନ ମାନ ଦେଇ ଏକ ବିରାଟ ଶୋଭଯାତ୍ରାରେ ଟେମୁରୁପାଲି ସଦର ଗ୍ରାମ ପରିକ୍ରମା କରିଥିଲେ।ପରେ ଆୟୋଜିତ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଜେନା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ବକ୍ତା ଭାବେ ସଂଯୋଜକ ଶ୍ରୀ ମଣ୍ଡଳ, ସହକାରୀ ସଂଯୋଜିକା ଶ୍ରୀମତୀ ସାହୁ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛତିଶ ଚନ୍ଦ୍ର ନାୟକ ଯୋଗଦେଇ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନ କରିଥିଲେ। ଏହି କ୍ୟାମ୍ପରେ ୨୧ ଜଣ ବିଦ୍ୟାର୍ଥୀ ନୂତନ ଭାବେ ମୁକ୍ତ ବିଦ୍ୟାଳୟ ରେ ନାମ ଲେଖାଇଥିଲେ। ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସିଆରସିସି, ଦେବପ୍ରସାଦ ବିଶ୍ଵାଳ, ସୁରେଶ ଚନ୍ଦ୍ର ବ୍ରହ୍ମା, ସତ୍ୟନାରାୟଣ ଦାସ, ପ୍ରମୁଖ ଉପସ୍ଥିତ ଥିଲେ। ଟେମୁରୁପାଲି ସିଆରସିସି ସତ୍ୟବ୍ରତ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande