
ଭୁବନ, ୧୭ ଜାନୁଆରୀ (ହି.ସ.)- ଭୁବନ ସାମ୍ବାଦିକ ସଂଘ ସଭାପତି ତଥା ଦୈନିକ ଓଡ଼ିଶା ଭାସ୍କର ର ଭୁବନ ଓ କାଳିଆପାଣି ପ୍ରତିନିଧି ମଧୁପ ରଞ୍ଜନ ନନ୍ଦଙ୍କୁ ଟମକା ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଯାଜପୁର ଜିଲ୍ଲା ଟମକା ସ୍ଥିତ ମହାଗିରୀ ପ୍ରେସ କ୍ଲବ ର ଦ୍ଵିତୀୟ ବାର୍ଷିକ ଉତ୍ସବରେ ଶ୍ରୀମାନ ନନ୍ଦଙ୍କୁ ନିର୍ଭୀକ, ନିରପେକ୍ଷ, ସମସ୍ୟାଭିତ୍ତିକ ଓ ଗଠନମୂଳକ ସମ୍ବାଦ ପରିବେଷଣ ଓ ସମାଜସେବା ନିମନ୍ତେ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମହାଗିରୀ ପ୍ରେସ କ୍ଲବ ସଭାପତି ମଳୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ରାଜ୍ୟ ସାମ୍ବାଦିକ ସଂଘ ( ଏସ ୟୁ ଜେ) ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁପ୍ରସନ୍ନ ମଲ୍ଲିକ, ଏନ୍ ୟୁ ଜେ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଡଃ. ଚିନ୍ତାମଣି ପାଢ଼ୀ, ଦାନଗଦି ବିଡ଼ିଓ ପ୍ରଦୀପ କୁମାର ସେଠୀ ସମ୍ମାନିତ ଅତିଥି ଓ ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଏହିଭଳି କଲମ ଚାଳନା ସହିତ ସମାଜସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଭୁବନ ସାମ୍ବାଦିକ ସଂଘ ତରଫରୁ ମଧ୍ୟ ଶ୍ରୀ ନନ୍ଦଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ