ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ସାମୁହିକ ବ୍ରତୋପନୟନ
ସୁବର୍ଣ୍ଣପୁର, ୧୭ ଜାନୁଆରୀ(ହି.ସ.) – ଆଜି ଚନ୍ଦ୍ରିକା ସେବା ଟ୍ରଷ୍ଟ ସୁବର୍ଣ୍ଣପୁର ପକ୍ଷରୁ ଶ୍ରୀ ରାମେଶ୍ୱର ଶୈବ ପୀଠ ଠାରେ ସାମୁହିକ ଶୁଭ ବ୍ରତୋପନୟନ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ଗତକାଲି ଠାରୁ ନବବ୍ରହ୍ମଚାରୀଙ୍କ ଚାରିକର୍ମ ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ଅଧିବାସ ହୋଇଥିବା
*ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ସାମୁହିକ ବ୍ରତୋପନୟନ*-


*ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ସାମୁହିକ ବ୍ରତୋପନୟନ*-


*ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ସାମୁହିକ ବ୍ରତୋପନୟନ*-


ସୁବର୍ଣ୍ଣପୁର, ୧୭ ଜାନୁଆରୀ(ହି.ସ.) – ଆଜି ଚନ୍ଦ୍ରିକା ସେବା ଟ୍ରଷ୍ଟ ସୁବର୍ଣ୍ଣପୁର ପକ୍ଷରୁ ଶ୍ରୀ ରାମେଶ୍ୱର ଶୈବ ପୀଠ ଠାରେ ସାମୁହିକ ଶୁଭ ବ୍ରତୋପନୟନ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ଗତକାଲି ଠାରୁ ନବବ୍ରହ୍ମଚାରୀଙ୍କ ଚାରିକର୍ମ ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ଅଧିବାସ ହୋଇଥିବା ବେଳେ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୨୯ ଗୋଟି ଗରିବ ବ୍ରାହ୍ମଣ ବାଳକକୁ ନେଇ ସାମୁହିକ ବ୍ରତୋପନୋୟନ ଓ ସାବିତ୍ରୀ ପ୍ରଦାନ କାର୍ଯ୍‌ଯ କ୍ରମ ଅନୁଷ୍ଟିତ ହୋଇ ଯାଇଛି କ୍ଷ ଯେଉଁଥିରେ କି ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଂଚଳର ଏ ବ୍ରହ୍ମଚାରୀଙ୍କ ସହିତ ଶହ ଶହ ସମ୍ପର୍କୀୟ ଲୋକେ ଓ ଏ ଅଂଚଳର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ବାଲ ବ୍ରହ୍ମ ଚାରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ମହାପ୍ରଭୁ ଙ୍କ କୃପା ଲାଭ କରି ପ୍ରସାଦ ସେବନ ରେ ସାମିଲ ହୋଇଥିଲେ। ଓଡ଼ିଶା ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଶୁଭନନ୍ଦ ମହାପାତ୍ର, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ, ଏଡିଏମ୍ ରାଜେନ୍ଦ୍ର ମାଝୀ, ଅଞ୍ଜଲିନା ପ୍ରଧାନ, ସୋନପୁର ବି ଡି ଓ ପ୍ରତୀକ କୁମାର କର ଯୋଗଦେଇ ବ୍ରତୋପନୟନ କାର୍ଯ୍ୟ ର ସମସ୍ତ ପଣ୍ଡିତମାନଙ୍କୁ ସମ୍ୱର୍ଦ୍ଧିତ କରି ସମସ୍ତ ବ୍ରହ୍ମ ଚାରି ଙ୍କୁ ଶୁଭେଛା ଜଣାଇ ଆୟୋକକ କମିଟି ଓ ବ୍ରହ୍ମଚାରିଙ୍କୁ ଉତ୍ସାହିତ କରିଥିଲେ। ନବ ବ୍ରହ୍ମଚାରୀ ସୁନିଲ କୁମାର ଦାଶ, ରିଜୁମୁଣ୍ଡା ,ସୁମିତ କୁମାର ଦାଶ, ରିଜୁମୁଣ୍ଡା , ପଟାଭାଡିର ଦୀପକ ଦାଶ, ସଞ୍ଜୟ ଦାଶ, ସତ୍ୟବ୍ରତ ଦାଶ, ବୈଦ୍ୟନାଥର ଦେବଦତ ଦାଶ, ଅଡାଲ ର ରଞ୍ଜନ ଦାଶ, ଉତମ ଦାଶ, ବରଗଡ ,ଭବାନୀ ଶଙ୍କର ପାଣିଗ୍ରାହୀ, ଘଂଟାପଡ଼ା(ବୌଦ୍ଧ) ଅରୁଣ ଦାଶ, ଯୋଗିନ୍ଦ୍ରପୁର(ବୌଦ୍ଧ) ସଚ୍ଚିଦାନନ୍ଦ ପାଣିଗ୍ରାହୀ, ଯୋଗିନ୍ଦ୍ରପୁରର ଗଣେଶ ଦାଶ, କାନପୁର ପ୍ରଭାତ ଦାଶ, ତରାଇକେଲା, କାର୍ତିକ ପାଣିଗ୍ରାହୀ, ସମ୍ବଲପୁର ସମ୍ବିତ ଦାଶ, କୁଶଙ୍ଗ(ବଲାଙ୍ଗୀର) ରୁଦ୍ର ପ୍ରକାଶ ପୁଜାରୀ, ବୀରମହାରାଜପୁ ସିକୁ ପଣ୍ଡା, ବ୍ରାହ୍ମଣୀ ପ୍ରିୟାଂଶୁ ମିଶ୍ର, ବଲାଙ୍ଗୀର ନିଲେଶ୍ୱର ଦାଶ, ଥୁଆପାଲି(ବରଗଡ)ର ମିକୁ ଦାଶ, ହିଲିମାଲ(ବଲାଙ୍ଗୀର) ଶୁଭମ୍ ଦାଶ, ପାଟଣାଗଡ(ବଲାଙ୍ଗୀର)ସତ୍ୟସାଇ ଦାଶ, ଶାନ୍ତିନଗର(ବଲାଙ୍ଗୀର) ପ୍ରଦିପ ଦାଶ, କାନପୁର ଶବ୍ୟସେବକ ସିଂହ, ରଥିପଡ଼ା ପାର୍ଥ ସାରଥି ଦାଶ, କଂଟାବାଞ୍ଜି(ବଲାଙ୍ଗୀର) ବିଭୁ ପ୍ରସାଦ ଦାଶ, କଂଟାବାଞ୍ଜି ରାଧାମୋହନ ମିଶ୍ର, କୁଦୋପାଲି ନିରୋଜ କୁମାର ଦାସ, ଜୀବନ ଦାଶ, ଛତିଶଗଡ଼ ପ୍ରମୁଖ ଏହି ଅବସରରେ ସମସ୍ତ ନବ ବ୍ରହ୍ମଚାରୀ ଙ୍କୁ ବିଧିବିଧାନ ସହ ସମସ୍ତ ଙ୍କର ବ୍ରତୋପନୟନ କରାଯାଇଥିଲା। ଆଜିର ଏହି ଦିବ୍ୟ କାମରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ର ଟ୍ରଷ୍ଟି ବଂଟୁ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଟ୍ରଷ୍ଟି ସଦସ୍ୟ ସନ୍ତୋଷ ମିଶ୍ର, ନନ୍ଦୁଲାଲ କମାଣି, ଗୋପାଳ ଭୁତ, ସନ୍ତୋଷ ଶର୍ମା, ନାରାୟଣ ରଥ ବାବୁଲା ମିଶ୍ର, ସତ୍ୟବ୍ରତ ପ୍ରଧାନ, ବିଶ୍ୱ ରଞ୍ଜନ ପୁଝାରୀ, ରାଜେନ୍ଦ୍ର ମେହେର, ବିବେକାନନ୍ଦ ସାହୁ, ହରିହର କର୍ଣ୍ଣ ପ୍ରମୁଖ ବ୍ଲକ ଛକ ଦୁର୍ଗା ପୂଜା କମିଟି କର୍ମ କର୍ତା, ଦେବୋତର କମିଟିର ବୈକୁଣ୍ଠ ଶତପଥୀ, ଶ୍ରୀବତ୍ସ ମଲ୍ଲିକ, ମାରୱାଡ଼ି ଯୁବା ମଂଚ, ସ୍ୱଚ୍ଛ ଭାରତ ସଙ୍ଗଠନର କର୍ମକର୍ତା ସମସ୍ତ ସହଯୋଗ କରିଥିଲେ। ଆଜିରର ଏଇ ମହତ୍ କାର୍ଯ୍ୟ, ଯଜ୍ଞ ଦର୍ଶନ ଓ ୨୯ ଗୋଟି ବାଲ ବ୍ରହ୍ମ ଚାରି ଙ୍କୁ ଏକା ସାଙ୍ଗରେ ଦେଖିବାର ଏ ମନୋରମ ଦୃଶ୍ୟ କୁ ଦେଖି ଲୋକେ ଖୁବ୍ ଭାଗ୍ୟବାନ ମନେ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande