
ବଲାଙ୍ଗୀର, ୧୭ ଜାନୁଆରୀ(ହି.ସ.) – ବଲାଙ୍ଗୀରରେ ନୂତନ ଭାବେ ନିର୍ମିତ ଲନ୍ ବଲ୍ କୋର୍ଟ ଓ ଆନ୍ତଃରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ ଗତକାଲି ସନ୍ଧ୍ୟାରେ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡାଃ ବିଜୟାନନ୍ଦ ସେଠୀ ଅତିଥି ଭାବେ ଉପସ୍ଥିତ ଥିଲେ। ଉକ୍ତ ପ୍ରତିଯୋଗିତାରେ ୧୭ଟି ଆନ୍ତଃରାଜ୍ୟ ଦଳ ଅଂଶଗ୍ରହଣ କରିଥିଲେ। ବଲାଙ୍ଗୀରରେ କ୍ରିଡ଼ା ଭିତିଭୂମିର ଉନ୍ନତି କରି ଖେଳାଳୀଙ୍କୁ ପ୍ରତ୍ସାହିତ କରିବା ଆମର ଲକ୍ଷ୍ୟ। ଖେଳାଳୀ ସଫଳ ହେଲେ ଆମେ ସଫଳ ହେବା, ଆମ ଜିଲ୍ଲା ସଫଳ ହେବବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ଏବଂ ଲନ୍ ବଲ୍ର ରାଜ୍ୟ ସମ୍ପାଦକ ସୁମିତ ପୁରୋହିତ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ