ଭାରତୀୟ ଭାଷାରେ ସମାନ ବୈଜ୍ଞାନିକ ଓ ପ୍ରାଯୁକ୍ତିକ ପଦାବଳୀ ବିଷୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାତୀୟ କାର୍ମଶାଳା
ଜୟପୁର, ୧୭ ଜାନୁଆରୀ(ହି.ସ.) – ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଭାରତୀୟ ଭାଷା ସମିତି, ଭାରତ ସରକାର, ନୂଆଦିଲ୍ଲୀର ସହଯୋଗରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗ ଆନୁକୂଲ୍ୟରେ ଆସନ୍ତା ୧୯–୨୦ ଜାନୁଆରୀ ୨୦୨୬ ତାରିଖରେ ବିଶ୍ୱବିଦ୍ୟାଳୟର ସୁନାବେଡା ପରିସରରେ ଭାରତୀୟ ଭାଷା ଉପରେ ଦୁଇଦିନିଆ ଜ
ଭାରତୀୟ ଭାଷାରେ ସମାନ ବୈଜ୍ଞାନିକ ଓ ପ୍ରାଯୁକ୍ତିକ ପଦାବଳୀ ବିଷୟରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ଜାତୀୟ କାର୍ମଶାଳା


ଜୟପୁର, ୧୭ ଜାନୁଆରୀ(ହି.ସ.) – ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଭାରତୀୟ ଭାଷା ସମିତି, ଭାରତ ସରକାର, ନୂଆଦିଲ୍ଲୀର ସହଯୋଗରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗ ଆନୁକୂଲ୍ୟରେ ଆସନ୍ତା ୧୯–୨୦ ଜାନୁଆରୀ ୨୦୨୬ ତାରିଖରେ ବିଶ୍ୱବିଦ୍ୟାଳୟର ସୁନାବେଡା ପରିସରରେ ଭାରତୀୟ ଭାଷା ଉପରେ ଦୁଇଦିନିଆ ଜାତୀୟ କର୍ମଶାଳା ଆୟୋଜିତ ହେବାକୁ ଯାଉଛି। କର୍ମଶାଳାର ବିଷୟ ରହିଛି ‘ଭାରତୀୟ ଭାଷା(ଓଡିଆ, ହିନ୍ଦୀ ଓ ସଂସ୍କୃତ) ପାଇଁ ସମାନ ବୈଜ୍ଞାନିକ ଓ ପ୍ରାଯୁକ୍ତିକ ପଦାବଳୀ’। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଲପତି ପ୍ରଫେସର ନରସିଂହ ଚରଣ ପଣ୍ଡା କାର‌୍ୟକ୍ରମର ସଫଳ ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇବା ସହ ଏହି କାର‌୍ୟଶାଳା ସମସ୍ତ ଅଂଶଗ୍ରାହୀଙ୍କର ଭାଷାଗତ କୌଶଳ ବୃଦ୍ଧି କରିବ ବୋଲି ଆଶା ପ୍ରକାଶ କରିଛନ୍ତି।

ଭାରତର ଭାଷାଗତ ବିବିଧତା ବିଶ୍ୱରେ ଅଦ୍ୱିତୀୟ ହେଲେ ମଧ୍ୟ ବିଭିନ୍ନ ଭାଷାରେ ବୈଜ୍ଞାନିକ ଓ ପ୍ରାଯୁକ୍ତିକ ଶବ୍ଦାବଳୀର ଅସମ ଉନ୍ନତି ଜ୍ଞାନ ଆଦାନ–ପ୍ରଦାନ, ଅନୁବାଦ, ଶିକ୍ଷା ଓ ଗବେଷଣାକୁ ଜଟିଳ କରିଦେଇଛି। ହିନ୍ଦୀ, ଓଡିଆ ଓ ସଂସ୍କୃତ- ଏହି ତିନିଟି ଭାଷାରେ ସମୃଦ୍ଧ ଶବ୍ଦଭଣ୍ଡାର ଥିଲେ ମଧ୍ୟ ପ୍ରାଯୁକ୍ତିକ ପଦାବଳୀରେ ଏକରୂପତାର ଅଭାବ ଦେଖାଯାଏ। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି–୨୦୨୦) ଭାରତୀୟ ଭାଷାରେ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷାକୁ ପ୍ରୋତ୍ସାହନ ଦେବାକୁ ଜୋର ଦେଇଥିବାରୁ ମାନକୀକୃତ ଏବଂ ସମନ୍ୱିତ ପଦାବଳୀର ଆବଶ୍ୟକତା ଅଧିକ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷିତରେ କର୍ମଶାଳାର ଉଦ୍ଦେଶ୍ୟ ହେଉଛି ତିନିଟି ଭାଷାର ଶବ୍ଦସମ୍ପଦର ତୁଳନାମୂଳକ ଅଧ୍ୟୟନ କରି ସାଧାରଣ ବୈଜ୍ଞାନିକ ଓ ପ୍ରାଯୁକ୍ତିକ ପଦାବଳୀ ଗଠନ ପାଇଁ ଏକ ରୂପରେଖା ପ୍ରସ୍ତୁତ କରିବା।

ଦୁଇଦିନିଆ ଏହି କାର୍ଯ୍ୟଶାଳାରେ ଭାଷା ଓ ପ୍ରଯୁକ୍ତି କ୍ଷେତ୍ରର ବହୁ ପ୍ରତିଷ୍ଠିତ ବିଦ୍ୱାନ ଯଥା ପ୍ରଫେସର ଆ.ର୍ଏସ୍‌. ସର୍ରାଜୁ, ପ୍ରଫେସର ସତ୍ୟନାରାୟଣ ପଣ୍ଡା, ଡା. କୋଙ୍କିମଲ୍ଲା ଗିରିଧର ରାଓ, ଶ୍ରୀ ହରିରାମ ପଂସାରୀ, ଶ୍ରୀ ସୁରେନ୍ଦ୍ର ସାମଲ ଏବଂ ଶ୍ରୀ ପ୍ରଦୀପ କୁମାର ସାହୁ ଅଂଶଗ୍ରହଣ କରି ଆଲୋଚନାରେ ଯୋଗଦେବାର କାର୍ଯତ୍କକ୍ରମ ରହିଛି ବୋଲି ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡା. ଫଗୁନାଥ ଭୋଇ, ଜଣାଇଛନ୍ତି ।

୨୦୦୯ ମସିହାରେ ସଂସଦର ଅଧିନିୟମ ମାଧ୍ୟମରେ ସ୍ଥାପିତ କୋରାପୁଟର ସୌନ୍ଦର୍ଯ୍‌ଯାମୟ ଉପତ୍ୟକାରେ ଅବସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବର୍ଲମାନ ୨୦ଟି ବିଭାଗ ମାଧ୍ୟମରେ ସ୍ନାତକ, ସ୍ନାତକୋଲର, ସମନ୍ୱିତ ଓ ଗବେଷଣା କାର‌୍ୟକ୍ରମ ପରିଚାଳିତ ହେଉଛି। ୨୦୧୫ ମସିହାରେ ସ୍ଥାପିତ ହିନ୍ଦୀ ବିଭାଗ ଶିକ୍ଷା, ଗବେଷଣା ସହିତ ଭାଷା–ସାହିତ୍ୟର ପ୍ରଚାର ଓ ବିଭିନ୍ନ ଶିକ୍ଷଣିକ–ସାଂସ୍କୃତିକ କାର‌୍ୟକଳାପରେ ସକ୍ରିୟ ଭୂମିକା ନିଭାଇ ଆସୁଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande