ଅଜଣା ଗାଡ଼ି ଧକ୍କାରେ ବୃଦ୍ଧର ମୃତ୍ୟୁ
ଜୟପୁର, ୧୭ ଜାନୁଆରୀ(ହି.ସ.) – ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ ହୋଇଛି। ରାସ୍ତା ପାର ହୋଇ କେନାଲ ଯିବା ସମୟରେ ରତ୍ନାକରଗୁଡା ନିକଟରେ ଏକ ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ପ୍ରାୟ ୩.୧୫ ମିନିଟ ସମୟରେ ଜଗନ୍ନାଥା ସାହୁଙ୍କ ବାପା ପର୍ଶୁରାମ ସାହୁ ଘରୁ କେନାଲକୁ ରାସ୍ତ
ଅଜଣା ଗାଡି ଧକ୍କରେ  ବୃଦ୍ଧ ର ମୃତ୍ୟୁ


ଜୟପୁର, ୧୭ ଜାନୁଆରୀ(ହି.ସ.) – ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ ହୋଇଛି। ରାସ୍ତା ପାର ହୋଇ କେନାଲ ଯିବା ସମୟରେ ରତ୍ନାକରଗୁଡା ନିକଟରେ ଏକ ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ପ୍ରାୟ ୩.୧୫ ମିନିଟ ସମୟରେ ଜଗନ୍ନାଥା ସାହୁଙ୍କ ବାପା ପର୍ଶୁରାମ ସାହୁ ଘରୁ କେନାଲକୁ ରାସ୍ତା ପାର ହୋଇ ସେଚ ହେବାପାଇଁ ଯିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ପର୍ଶୁରାମଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ଜଗନ୍ନାଥ ସାହୁ ଏନେଇ ସଦରଥାନାରେ ଅଭିଯୋଗ ପରେ ସଦର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande