ଗଚ୍ଛିତ ବେଆଇନ ବାଲି ଜବତ କଲେ ଉପ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ୧୭ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ାରେ ମାତ୍ରାଧିକ ମୂଲ୍ୟରେ ବାଲି ବିକ୍ରି ହେଉଥିବାରୁ ବାଲି ଖାଦାନ ମାଲିକ ଶହ ଶହ ଟ୍ରିପ୍ ବାଲି ଖାଦାନରୁ ଉଠାଇ ଆଣି ବିଭିନ୍ନ ସ୍ଥାନରେ ରଖି ଚଢା ଦରରେ ବିକ୍ରି କରୁଛନ୍ତି। ଏ ବିଷୟରେ ବାରମ୍ବାର ଅଭିଯୋଗ ହେବାପରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ କ୍ର
ଗଚ୍ଛିତ ବେଆଇନ ବାଲି ଜବତ କଲେ ଉପ ଜିଲ୍ଲାପାଳ


କେନ୍ଦ୍ରାପଡ଼ା, ୧୭ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ାରେ ମାତ୍ରାଧିକ ମୂଲ୍ୟରେ ବାଲି ବିକ୍ରି ହେଉଥିବାରୁ ବାଲି ଖାଦାନ ମାଲିକ ଶହ ଶହ ଟ୍ରିପ୍ ବାଲି ଖାଦାନରୁ ଉଠାଇ ଆଣି ବିଭିନ୍ନ ସ୍ଥାନରେ ରଖି ଚଢା ଦରରେ ବିକ୍ରି କରୁଛନ୍ତି। ଏ ବିଷୟରେ ବାରମ୍ବାର ଅଭିଯୋଗ ହେବାପରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ କ୍ରମେ କେନ୍ଦ୍ରାପଡା ତହସିଲଦାର କୁଇନ ଜେନା ଇନ୍ଦୁପୁର ଠାରେ ଗଚ୍ଛିତ ଥିବା ୩ହଜାର କ୍ୟୁବିକ ଫୁଟ ବାଲି ଜବତ କରିଛନ୍ତି। ଚଢା ଦରରେ ବାଲି ବିକ୍ରି କରୁଥିବାରୁ ଗରିବ ଲୋକ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ଘର ନିର୍ମାଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବିଷୟରେ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande