
ଜୟପୁର, ୧୭ ଜାନୁଆରୀ (ହି.ସ.)- ଜୟପୁରର ଦଶହରା ପଡ଼ିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ଵିତୀୟ ଦିନ ଅନୁଷ୍ଠିତ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ, କୋରାପୁଟ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଜୟପୁର ସୁମନ ରାଉତ, ଉପ ସହାୟକ ସମବାୟ ସମିତି ସମୂହ ଜୟପୁର ଶିଶିର କାନ୍ତ ଦାସ, ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡଃ. ବିଶ୍ଵଜିତ ରାୟ, ଜଯପୁର, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ସଂଜୀବ କୁମାର ମହନ୍ତ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୋରାପୁଟ ସନ୍ତୋଷ କୁମାର ଦଳ ବେହେରା, କୃଷି ଜିଲ୍ଲା ଅଧିକାରୀ, କୋରାପୁଟ ହେମନ୍ତ କୁମାର ପଢିହାରୀ ଏବଂ କୃଷି ଜିଲ୍ଲା ଅଧିକାରୀ, ଜୟପୁର ଲଲାଟେନ୍ଦୁ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ କୃଷି ଏବଂ ଆନୁସଙ୍ଗିକ ବିଭାଗରୁ ଛଅ ଜଣ ପ୍ରଗତିଶୀଳ ଚାଷୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜୟପୁର ଉପଖଣ୍ଡର ଶହେରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ମାଧ୍ୟମ ରେ ଚାଷୀ ମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯାଇଥିଲା ଏବଂ କୋଟପାଡ଼ ବ୍ଲକ୍ ର ସମ୍ବାରୀ ବଙ୍କେୟ ନୂତନ ଟ୍ରାକ୍ଟର ବୁକିଙ୍ଗ କରିବା ହେତୁ ତାଙ୍କୁ ଗୋକୁଳ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ, କୋରାପୁଟଙ୍କ ଦ୍ଵାରା ଟ୍ରାକ୍ଟର ଚାବି ହସ୍ତାନ୍ତର କରାଗଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି