ବିବେକାନନ୍ଦ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ
ନୂଆପଡ଼ା, ୧୭ ଜାନୁଆରୀ (ହି.ସ.)- ବିବେକାନନ୍ଦ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁଲିଆ ସିକୁଆଁ ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ଅଧ୍ୟକ୍ଷ ନାରାୟଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏହି ୨୫ ବର୍ଷ ଭିତରେ ଏହ
Silver jubilee at bhuliasikua


ନୂଆପଡ଼ା, ୧୭ ଜାନୁଆରୀ (ହି.ସ.)- ବିବେକାନନ୍ଦ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁଲିଆ ସିକୁଆଁ ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ଅଧ୍ୟକ୍ଷ ନାରାୟଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏହି ୨୫ ବର୍ଷ ଭିତରେ ଏହି ଶିକ୍ଷାନୁଷ୍ଠାନ ବହୁତ୍ ନାଆଁ କରି ପାରିଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଛାତ୍ର ଛାତ୍ରୀ ମାନେ କଠୋର ପରିଶ୍ରମ କରି ଏହି ବିଦ୍ୟାଳୟର ନାମ ସବୁବେଳେ ଉଚ୍ଚରେ ରଖିବାକୁ ଆହ୍ବାନ ଦେଇଥିଲେ। ଆଗକୁ ଏଠାରେ ଏକ ଯୁକ୍ତ ତିନି କଲେଜ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ଏକ ସେଣ୍ଟ୍ରାଲ ଲାଇବ୍ରେରୀ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ମୁଖ୍ୟ ବକ୍ତା ହଳଧର ନାଗ ନିଜ କବି ଜୀବନ ଉପରେ ଆଲୋଚନା କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଛାତ୍ର ଛାତ୍ରୀ ମାନେ ଅଙ୍ଗୀକାର ବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କଲେଜ୍ ପ୍ରତିଷ୍ଠାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଓ ପ୍ରଥମ ବର୍ଷରୁ ଏବର୍ଷ ପର୍ଯ୍ୟନ୍ତ ସୁନାମ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ପରେ ଛାତ୍ର ଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande