ସ୍ବଦେଶୀ ସଂକଳ୍ପ ଯାତ୍ରା ରଥକୁ କେନ୍ଦୁଝରରେ ଭବ୍ୟ ସ୍ଵାଗତ
କେନ୍ଦୁଝର, ୧୭ ଜାନୁଆରୀ (ହି.ସ.)- ଆଜି ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ସ୍ବଦେଶୀ ସଂକଳ୍ପ ରଥ ଆସି କେନ୍ଦୁଝର ଜିଲ୍ଲାରେ ପହଞ୍ଚିଥିଲା। ସଂକଳ୍ପ ଯାତ୍ରା ଜିଲ୍ଲା ସଂଯୋଜକ ମାନସ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ରଥକୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ବାଗତ କରାଯାଇଥିଲା। ରଥ ପହଞ
Swadesi sankalpa jatra ratha


କେନ୍ଦୁଝର, ୧୭ ଜାନୁଆରୀ (ହି.ସ.)- ଆଜି ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ସ୍ବଦେଶୀ ସଂକଳ୍ପ ରଥ ଆସି କେନ୍ଦୁଝର ଜିଲ୍ଲାରେ ପହଞ୍ଚିଥିଲା। ସଂକଳ୍ପ ଯାତ୍ରା ଜିଲ୍ଲା ସଂଯୋଜକ ମାନସ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ରଥକୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ବାଗତ କରାଯାଇଥିଲା। ରଥ ପହଞ୍ଚିବା ପରେ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଘୋଷ ବଜାଇ ଅଭିବାଦନ କରିଥିବା ବେଳେ ସ୍ଥାନୀୟ ସ୍ଵେଚ୍ଛାସେବୀ ମହିଳା ମାନେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରି ବିଦ୍ୟାମନ୍ଦିର ଭିତରକୁ ରଥକୁ ନେଇଥିଲେ। ସେଠାରେ ଜିଲ୍ଲା ସଂଘଚାଳକ ଭାଗିରଥି ପୃଷ୍ଟି ଉପସ୍ଥିତ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କୁ ଉଦବୋଧନ ଦେବା ସହ ସ୍ଵଦେଶୀ ସଂକଳ୍ପ ପାଠ କରାଇଥିଲେ। କାର୍ଯ୍ୟକ୍ରମକୁ ସ୍ଵଦେଶୀ ଜାଗରଣ ମଞ୍ଚ କେନ୍ଦୁଝର ଶାଖା କାର୍ଯ୍ୟକର୍ତ୍ତା ସନ୍ତୋଷ ମହାପାତ୍ର ପରିଚାଳନା କରିଥିବା ବେଳେ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅଲେଖ ମହାନ୍ତ, ସ୍ୱେଚ୍ଛାସେବୀ ବବିତା ରାମ, ପ୍ରମୋଦ ବାବୁ ସହଯୋଗ କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ଭୂୟାଁ ପୁରୀ ବିଭାଗ ସଂଯୋଜକ, ରାଜେଶ ଦାସ , ପ୍ରାନ୍ତ ସଂଗଠକ, ଓଡ଼ିଶା ପୂର୍ବ, ହୃଷିକେଶ ପ୍ରଧାନ, ପୂର୍ଣକାଳିକ, ନୟାଗଡ଼ ଜିଲ୍ଲା ଧୀରେନ୍ଦ୍ର ସାହୁ, ମନୋଜ ଶତପଥୀ , ଭବାନୀ ଶଙ୍କରଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ। ପରେ ସ୍ବଦେଶୀ ସଂକଳ୍ପ ରଥ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ବାହାରି ଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande