ଉତ୍କଳ ବ୍ରାହ୍ମଣ ପୂଜକ ସଂଘର ନୂତନ କର୍ମକର୍ତ୍ତା ଚୟନ
କେନ୍ଦୁଝର, ୧୭ ଜାନୁଆରୀ (ହି.ସ.)- ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ଧୃପଦା ପାହାଡ ଉପରେ ଅବସ୍ଥିତ ଆଖଣ୍ଡଳ ମଣି ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠାନର ୪୪ ତମ ଅଧିବେଶନ ଅନଷ୍ଠିତ ହୋଇଛି। ନିୟମ ଅନୁଯାୟୀ ପୁରାତନ ପରିଚାଳନା କମିଟି ଭାଙ୍ଗି ନୂତନ ପରିଚାଳନା କମିଟି ଗଠନ କରାଯାଇ ବ୍ରଜ କିଶୋର ମହାପା
ଉତ୍କଳ ବ୍ରାହ୍ମଣ ପୂଜକ ସଂଘର ନୂତନ କର୍ମକର୍ତ୍ତା ଚୟନ


କେନ୍ଦୁଝର, ୧୭ ଜାନୁଆରୀ (ହି.ସ.)- ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ଧୃପଦା ପାହାଡ ଉପରେ ଅବସ୍ଥିତ ଆଖଣ୍ଡଳ ମଣି ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠାନର ୪୪ ତମ ଅଧିବେଶନ ଅନଷ୍ଠିତ ହୋଇଛି। ନିୟମ ଅନୁଯାୟୀ ପୁରାତନ ପରିଚାଳନା କମିଟି ଭାଙ୍ଗି ନୂତନ ପରିଚାଳନା କମିଟି ଗଠନ କରାଯାଇ ବ୍ରଜ କିଶୋର ମହାପାତ୍ର ସଭାପତି, ଶ୍ରୀକାନ୍ତ କୁମାର ପଣ୍ଡା ସଂପାଦକ, ଚନ୍ଦ୍ରମଣି ତ୍ରିପାଠୀ ଉପ ସଭାପତି, ସୁବାହୁ କୁମାର ଦାଶ ସହ ସଂପାଦକ, ସୁଶାନ୍ତ ପଣ୍ଡା କୋଷାଧ୍ୟକ୍ଷ, ରାକେଶ କୁମାର ମିଶ୍ର ସହ କୋଷାଧ୍ୟକ୍ଷ, ଦେବାଶିଷ ପତି ସଂଯୋଜକ ଓ ମାନସ କୁମାର ହୋତା ସାଂସ୍କୃତିକ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏଥି ସହିତ ହରେରାମ ପଣ୍ଡା, ସୁଜିତ କୁମାର ଦାଶ, ପ୍ରଣବ କିଶୋର ନନ୍ଦ, ଶଶଧର ମିଶ୍ର, ଯୁଧିଷ୍ଠିର ପଣ୍ଡା ପରିଚାଳନା କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଜିଲ୍ଲା ସଭା ପତି ପଣ୍ତିତ ମଧୁସୁଦନ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ପ୍ରଥମତଃ ଶାନ୍ତି ପାଠ କରାଯିବା ସହିତ ଗୀତା ପାଠ କରାଯାଇଥିଲା ଓ ରୁଦ୍ରଭିଶେକ ପୂଜା ହୋଇ ଥିଲା ବିଶ୍ଵ କଲ୍ୟାଣ ପାଇଁ। ପ୍ରାୟ ଶତାଧିକ ବ୍ରାହ୍ମଣ ପରିବାର ଏକାଠି ହୋଇ ବ୍ରାହ୍ମଣ ଏକତା, ବୃକ୍ଷ ରୋପଣ, ରକ୍ତ ଦାନ ଶିବିର ଆୟୋଜନ, ବସ୍ତ୍ର ବଣ୍ଟନ, ପାରମ୍ପରିକ କ୍ରୀଡା ଓ ଖେଳ ପ୍ରତିଯୋଗୀତା ଗରିବ କନ୍ୟା ବିବାହ, ବ୍ରତୋପାନୟନ୍, ଶବଦାହ, ଶୁଦ୍ଧିକ୍ରିୟା ଆଦି ବିନା ଶୁକ୍ଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବା ଇତ୍ୟାଦି ସମାଜ ସେବା ଓ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande