
ଜୟପୁର, ୧୭ ଜାନୁଆରୀ(ହି.ସ.) – ପୋଷ୍ୟ ଗ୍ରାମ ଦୁବୁଲି ଠାରେ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସ୍ୱତନ୍ତ୍ର ଶୀତକାଳୀନ ଶିବିର ଉଦ୍ ଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିବେକାନନ୍ଦ ସୁନା ,(+୨)ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୀମା ମହାପାତ୍ର, ଶ୍ରୀ ଆଲୋକ ମହାରଣା ଯୋଗ ଦେଇଥିଲେ। ଗ୍ରାମର ସର୍ବାଙ୍ଗୀନ ବିକାଶ ପାଇଁ ଯୁବଶକ୍ତିର ଭୂମିକା ବିଷୟରେ ଅତିଥି ମାନେ ଉପଦେଶ ଦେଇଥିଲେ। ଶିବିରରେ ଅଂଶ ଗ୍ରହଣ କରିଥିବା ସମସ୍ତ ସ୍ୱେଚ୍ଛା ସେବୀଙ୍କୁ ସନନ୍ଦପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ସଚେତନଧର୍ମୀ ନାଟକ ପ୍ରଦର୍ଶିତ କରିଥିବା ଛାତ୍ରୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଅଭିନୟ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ରାତ୍ରି ସମୟରେ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଏବଂ କାର୍ଯ୍ୟକ୍ରମର ସୂଚାରୁ ପରିସମାପ୍ତି ହୋଇଥିଲା। +୩ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୁନୀତା କୁମାରୀ ପ୍ରଧାନଙ୍କ ତତ୍ୱାବଧାନରେ ଶିବିରର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସାଧିତ ହେବାସହିତ ଛାତ୍ରୀମାନେ ଉତ୍ସାହିତ ହୋଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି