
ଭୁବନେଶ୍ୱର, 17 ଜାନୁଆରି (ହି.ସ.)- ୨୦୨୬-୨୭ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ବଜେଟରେ
ସରକାର ରାଜ୍ୟବାସୀଙ୍କ ପାଇଁ ଆଣିପାରନ୍ତି ବଡ ଭେଟି । ସେଥିପାଇଁ ମାସାଧିକ ଆଗରୁ ବଜେଟର ରୂପରେଖ
ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି
ରାଜ୍ୟ ସରକାର । ଆଜି ଠୁ ଦୁଇ ଦିନ ଧରି ବିଭାଗୀୟ ମୁଖ୍ୟ ମାନଙ୍କ ସହ ଆଲୋଚନା ଆରମ୍ଭ କରିବେ
ସରକାର । ଅର୍ଥ ବିଭାଗ ନେବ ରିପୋର୍ଟ କାର୍ଡ। ୧୭ରୁ୧୯ତାରିଖ ଅର୍ଥାତ୍ ଦୁଇ ଦିନ ଧରି ବଜେଟ୍ ପାଇଁ
ହେବ ମାନସ ମନ୍ଥନ । ଲୋକସେବା ଭବନରେ ଯୋଜନା ଓ ସଂଯୋଜନା ବିଭାଗର ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗକୁ ନେଇ ହେବ ବିଚାର ବିମର୍ଷ। ଭିଜନ
୨୦୩୬ଓ ୨୦୪୭କୁ ଆଖି ଆଗରେ ରଖି କଣ ବଜେଟ୍ ପାଇଁ ପ୍ରସ୍ତାବ ବିଭାଗ ମାନ ରଖିଛନ୍ତି ତାର ଚିଠା
ପ୍ରସ୍ତାବ ସଚିବ ମାନେ ରଖିବେ। ୧୭ତାରିଖ ଅର୍ଥାତ ଆଜି ପାଞ୍ଚଟି ବିଭାଗର ବଜେଟ୍ ପ୍ରସ୍ତୁତି ନେଇ
ଆଲୋଚନା ଥିବା ବେଳେ ୧୯ତାରିଖରେ ୧୨ଟି ବିଭାଗର ବଜେଟ୍ ରୂପ କଣ ଓ ତାର ଆକାର କେତେ ରହିବ ତାକୁ
ନେଇ ହେବ ସମୀକ୍ଷା । ନିକଟରେ ଖାରବେଳ ଭବନରେ ସଚିବ ସ୍ତରୀୟ ବୈଠକରେ ସମସ୍ତ ବିଭାଗକୁ ମୁଖ୍ୟ
ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଗଲା ଆର୍ଥିକ ବର୍ଷର ବଜେଟ କୁ ଯଥା ଶୀଘ୍ର ଲୋକଙ୍କ ପାଇଁ
ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ନା ବର୍ତ୍ତମାନ ସୁଦ୍ଧା ୫୦ପ୍ରତିଶତରୁ
ଅଧିକ ଖର୍ଚ୍ଚ ହୋଇଛି । ଯାହା କି ନରସ୍ୟ ଜନକ ରହିଛି । 2ଲକ୍ଷ 90ହଜାରରୁ ଅଧିକ ବଜେଟ୍ 2025-26
ଆର୍ଥିକ ବର୍ଷରେ ଆଣିଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ବଜେଟରେ 3 ଲକ୍ଷ କୋଟି ଅତିକ୍ରମ କରିବା
ସମ୍ଭାବନା ରହିଛି । ସେଥିପାଇଁ ପ୍ରସ୍ତୁତି ଜୋରଦାର କରିଦେଇ ଛନ୍ତି ସରକାର । ଜିଲ୍ଲା କୁ
ଜିଲ୍ଲା ଫୋକସ୍ କରି ଚଳିତ ବଜେଟ ଆସିପାରେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା