
ଭୁବନେଶ୍ୱର, ୧୭ ଜାନୁୟାରୀ (ହି.ସ)- ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘ ଦାବି କରିଛି। ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ ନହେଲେ ୨୪ରୁ କଟକରେ ସମସ୍ତ ଘରୋଇ ବସ୍ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ।
ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଏନେଇ ସୂଚନା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ବସ୍ ବ୍ଲକ୍ ରୁ ଜିଲ୍ଲା ହେଡ୍ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ହୋଇଛି। ବିବାଦର ସମାଧାନ ନହେଲେ ୨୪ରୁ କଟକରେ ସମସ୍ତ ଘରୋଇ ବସ୍ ବନ୍ଦ ରହିବ। କଟକକୁ ବାହାରୁ କୌଣସି ବସ୍ କୁ ଆସିବାକୁ ଦିଆଯିବ ନାହିଁ। ଏନେଇ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେବ। ମୁଖ୍ୟମନ୍ତ୍ରୀ ନ ଶୁଣିଲେ ୨୪ ପରେ ସାରା ରାଜ୍ୟରେ ବସ୍ ସେବା ବନ୍ଦ ରହିବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା