କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମାଡ ଘଟଣା, କଳା ବ୍ୟାଜ ପିନ୍ଧିଲେ ଜୁନିୟର ଡାକ୍ତର
ଭୁବନେଶ୍ୱର, 17 ଜାନୁଆରି (ହି.ସ.)- କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମାଡ ଘଟଣାରେ କଳା ବ୍ୟାଜ୍ ପିନ୍ଧି ଓପିଡିରେ ରୋଗୀ ସେବା ଯୋଗାଇ ଦେଉଛନ୍ତି ଜୁନିଅର୍ ଡାକ୍ତର। ପିଜିଆଇଏମଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲ ଜୁନିୟର ଡାକ୍ତର ଆସୋସେସନ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ସର
କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମାଡ ଘଟଣା, କଳା ବ୍ୟାଜ ପିନ୍ଧିଲେ ଜୁନିୟର ଡାକ୍ତର


ଭୁବନେଶ୍ୱର, 17 ଜାନୁଆରି (ହି.ସ.)- କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମାଡ ଘଟଣାରେ କଳା ବ୍ୟାଜ୍ ପିନ୍ଧି

ଓପିଡିରେ ରୋଗୀ ସେବା ଯୋଗାଇ ଦେଉଛନ୍ତି ଜୁନିଅର୍ ଡାକ୍ତର। ପିଜିଆଇଏମଆର ଆଣ୍ଡ କ୍ୟାପିଟାଲ

ହସ୍ପିଟାଲ ଜୁନିୟର ଡାକ୍ତର ଆସୋସେସନ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ସରକାର ଡାକ୍ତର

ମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାନ୍ତୁ। ନହେଲେ ଓପିଡି ସେବା ବନ୍ଦ୍ କରିବ ସଙ୍ଘ। ଏହି ଘାଟଣାକୁ

ନେଇ ସୁପରଟେଣ୍ଟଙ୍କୁ ଭେଟିବ ଡାକ୍ତରୀ ସଂଘ। ଜେନେରାଲ ବଡି ମିଟିଙ୍ଗରେ ରୋଗୀ ସେବା ନେଇ ସଙ୍ଘ

ଆଲୋଚନା କରିବ। କ୍ୟାପିଟାଲ ହସ୍ପିଟାଲରେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି

ଜୁନିୟର ଡାକ୍ତର ଆସୋସେସନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande