
ଧର୍ମଶାଳା,୧୭ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ହାଟପଡିଆସ୍ତୀତ ମାଉସୀମା ମନ୍ଦିର ପ୍ରାଙ୍ଗଣରେ ସଙ୍ଗଠନ ମଜବୁତ କରିବା ଆଳରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା ତଥା ପୁର୍ବତନ ଜିଲ୍ଲା ସଭାପତି ଶ୍ରୀନାଥ ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗଦେଇଥିଲେ । ବିଜେଡି ଦଳ ଛାଡି ଅନେକ ଆଗଧାଡିର ନେତା ଓ କର୍ମୀମାନେ ବିଜେପି ଶିବିରକୁ ଯାଉଥିବା ବେଳେ କଂଗ୍ରେସ ଦଳର ଆଜିର ବୈଠକ ବେଶ ଗୁରୁତ୍ୱ ବହନ କରୁଛି । ଅଜିର ଏହି କାର୍ଯ୍ୟକ୍ରମରେ ଆଗକୁ କଂଗ୍ରେସ ଦଳର ସଙ୍ଗଠନ କିଭଳି ମଜବୁତ ହେବ ସେ ନେଇ ଅଲୋଚନା କରାଯାଇଥିବା ବେଳେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଏକ ବଡ ଧରଣର ସଭା ଆୟୋଜନ କରାଯିବ ବୋଲି କଂଗ୍ରେସ ନେତା ଶ୍ରୀ ମିଶ୍ର ଉପସ୍ଥିତ ଲୋକମାନଙ୍କୁ କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ