ଅଷ୍ଟଧାତୁ ମୂର୍ତି ଚୋରି ଘଟଣା, ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତକୁ କୋର୍ଟେରେ ଜିମା ଦେଲା ପୁଲିସ
ଧର୍ମଶାଳା,୧୭ଜାନୁଆରୀ(ହି.ସ.) - ଯାଜପୁର ଜିଲା ଦୁର୍ଲ୍ଲଭ ଅଷ୍ଟଧାତୁ ମୂତି ଚୋରି ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଉତର ପ୍ରଦେଶର ବିକାଶ ଯାଦବକୁ ଧର୍ମଶାଳା ଥାନା ପୁଲିସ୍ କୋର୍ଟରୁ ୩ଦିନିଆ ରିମାଣ୍ଡରେ ଆଣିଛି । ପଚରାଉଚରା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ପୁଲିସ୍ ଅଭିଯୁକ୍ତକୁ ଧର୍ମଶାଳା ଗୋଷ୍ଠୀ ସ୍
ଅଷ୍ଟଧାତୁ ମୂର୍ତି ଚୋରି ଘଟଣା, ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତକୁ କୋର୍ଟେରେ ଜିମା ଦେଲା ପୁଲିସ


ଧର୍ମଶାଳା,୧୭ଜାନୁଆରୀ(ହି.ସ.) - ଯାଜପୁର ଜିଲା ଦୁର୍ଲ୍ଲଭ ଅଷ୍ଟଧାତୁ ମୂତି ଚୋରି ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଉତର ପ୍ରଦେଶର ବିକାଶ ଯାଦବକୁ ଧର୍ମଶାଳା ଥାନା ପୁଲିସ୍ କୋର୍ଟରୁ ୩ଦିନିଆ ରିମାଣ୍ଡରେ ଆଣିଛି । ପଚରାଉଚରା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ପୁଲିସ୍ ଅଭିଯୁକ୍ତକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛି । ତିନିଦିନ ଥାନାରେ ରଖି ବିକାଶକୁ ପଚରାଉଚରା କରି ଆଜି ୍‌ପୁଲିସ ବିକାଶକୁ କୋର୍ଟ ଜିମା ଦେଇଛି । ତେବେ ରିମାଣ୍ଡରେ ଅଣାଯାଇଥିବା ଅଭିଯୁକ୍ତ ବିକାଶ ପାଖରୁ ଅଷ୍ଟଧାତୁ ଚୋରି ସମ୍ପର୍କିତ ତଥ୍ୟ ହାସଲ କରିବାରେ କିଛିଟା ସଫଳ ହୋଇଛି । ସୂଚନା ଅନୁସାରେ, ପାଟପୁର ପଂଚାୟତ ବଡ଼ବାରିସାହି ଗ୍ରାମସ୍ଥିତ ଶ୍ରୀ ସିଦ୍ଧବଳଦେବ ଜିଉ ମନ୍ଦିରରୁ ୨୦୨୨ ନଭେମ୍ବର ୧୧ତାରିଖ ରାତିରେ ୬ଟି ଦୁର୍ଲ୍ଲଭ ଅଷ୍ଟଧାତୁ ମୂର୍ତି ଚୋରି ହୋଇଥିଲା । ଏନେଇ ମନ୍ଦିରର ଟ୍ରଷ୍ଟି ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଧର୍ମଶାଳା ପୁଲିସ ଏନେଇ ୬୦୯/୨୨ରେ ଏକ ମାମଲା ରୁଜୁ କରି ଲୋକଦେଖାଣିଆ ତଦନ୍ତ କରି ଚୁପ ହୋଇ ବସିରହିଥିଲା । ଏବେ ଥାନାରେ ନୂତନ ଅଧିକାରୀଙ୍କ ଯୋଗଦନ ପରେ ମନ୍ଦିର ଚୋରୀ ଘଟଣାର ତଦନ୍ତ କରାଯାଇ କିଛି ଦିନ ତଳେ ଉତରପ୍ରଦେଶରୁ ପୁଲିସ ବିକାଶକୁ ଗିରଫ କରିଆଣି କୋର୍ଟଚାଲାଣ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande