ହାଇୱା ଚାପାରେ ସାଇକେଲ ଚାଳକ ମୃତ୍ୟୁ : ଉତ୍ୟକ୍ତ ଲୋକେ ଗାଡିରେ ଲଗାଇ ଦେଲେ ନିଆଁ
ଧର୍ମଶାଳା,୧୭ଜାନୁଆରୀ(ହି.ସ.) - ଯାଜପୁର ଜିଲା ଜେନାପୁର ଥାନା ଅଂଚଳରେ ପୁଣି ହାଇୱା ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଉତ୍ୟକ୍ତ ଲୋକେ ହାଇୱାରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଏଭଳି ଦୁଖଃଦ ଘଟଣା ଘଟିଛି ଜେନାପୁର ଥାନା ଅନ୍ତର୍ଗତ କାଦୁଆମାଗୁରା ଛକ
ହାଇୱା ଚାପାରେ ସାଇକେଲ ଚାଳକ ମୃତ୍ୟୁ : ଉତ୍ୟକ୍ତ ଲୋକେ ଗାଡିରେ ଲଗାଇ ଦେଲେ ନିଆଁ


ଧର୍ମଶାଳା,୧୭ଜାନୁଆରୀ(ହି.ସ.) - ଯାଜପୁର ଜିଲା ଜେନାପୁର ଥାନା ଅଂଚଳରେ ପୁଣି ହାଇୱା ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଉତ୍ୟକ୍ତ ଲୋକେ ହାଇୱାରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଏଭଳି ଦୁଖଃଦ ଘଟଣା ଘଟିଛି ଜେନାପୁର ଥାନା ଅନ୍ତର୍ଗତ କାଦୁଆମାଗୁରା ଛକ ନିକଟରେ । କାଦୁଅମୁଗୁରା ଗ୍ରାମର ବାସୁଦେବ ସାହୁ(୭୫)ସାଇକେଲ ଯୋଗେ ଯିବା ସମୟରେ ତାଙ୍କ ଉପରେ ହାଇୱା ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଜେନାପୁର ପୁଲିସ ଘଟଣାସ୍ଥଳରେ ଖବର ପାଇ ପଂହଚି ତଦନ୍ତ ଜାରି ରଖିଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ଫଳରେ ଯାତାୟତ ଠପ୍ ହୋଇଯାଇଛି । ପୂର୍ବରୁ ଏହି ରାସ୍ତାରେ କଳାପଥର ବୋଝେଇ ହାଇୱା ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ୪ଟି ହାଇୱାରେ ନିଆଁ ଲଗାଇ ଦେଇଥିଲେ । ବିଶେଷ କରି ଏହି ରାସ୍ତାରେ ବେଆଇନ ଭାବେ ଭାରୀ ଯାନ ଚଳାଚଳ ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଯାହାକି ଦୁର୍ଘଟଣାରେ ଅନେକ ଧନ ଜୀବନ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande