ବେଆଇନ ଗୋଚାଲାଣ ଅଭିଯୋଗରେ କେନ୍ଦୁଝର ଓ ଯାଜପୁର ପୁଲିସର ମିଳିତ ଚଢାଉ
ଧର୍ମଶାଳା,୧୭ଜାନୁଆରୀ(ହି.ସ.) - ରାଜ୍ୟରେ ସାବାଡ ହେବ ଗୋମାଫିଆ । ଦିନକୁ ଦିନ ରାଜ୍ୟରେ ବେଆଇନ ଗୋଚାଲାଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାଜପୁର ଜିଲା ଯମଧର ପଂଚାୟତ ପାଣ୍ଡିଆ ପଂଚାୟତ ଗୋପିନାଥପୁରରେ କେନ୍ଦୁଝର ଓ ଯାଜପୁର ପୁଲିସ ମିଳିତ ଚଢାଉ କରିଛି । ବେଆଇନ ଗୋଚାଲାଣ ନିମନ୍ତେ ଏହି ଚଢାଉ କରା
ବେଆଇନ ଗୋଚାଲାଣ ଅଭିଯୋଗରେ କେନ୍ଦୁଝର ଓ ଯାଜପୁର ପୁଲିସର ମିଳିତ ଚଢାଉ


ଧର୍ମଶାଳା,୧୭ଜାନୁଆରୀ(ହି.ସ.) - ରାଜ୍ୟରେ ସାବାଡ ହେବ ଗୋମାଫିଆ । ଦିନକୁ ଦିନ ରାଜ୍ୟରେ ବେଆଇନ ଗୋଚାଲାଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାଜପୁର ଜିଲା ଯମଧର ପଂଚାୟତ ପାଣ୍ଡିଆ ପଂଚାୟତ ଗୋପିନାଥପୁରରେ କେନ୍ଦୁଝର ଓ ଯାଜପୁର ପୁଲିସ ମିଳିତ ଚଢାଉ କରିଛି । ବେଆଇନ ଗୋଚାଲାଣ ନିମନ୍ତେ ଏହି ଚଢାଉ କରାଯାଇଥିବା ଜଣାପଡିଛି । ସେକ୍ ସରିଫଙ୍କ ଗୋଦାମ ଘର ସମେତ ୨ଗୋଟି ବାସଭବନରେ ଏହି ଚଢାଉ ହୋଇଛି । ନାମିଦାମୀ ବ୍ରାଣ୍ଡର ହାତ ଘଂଟା ସହ ପାଖାପାଖି ୨୦ଲକ୍ଷ ଟଙ୍କା,ଜମି ପଟ୍ଟା ସହ ବିଭିନ୍ନ ବ୍ୟାଙ୍କର ପାସ୍ ବୁକ୍ ଓ ସୁନା ଅଳଙ୍କାର ଜବତ ହୋଇଛି । ଏସବୁ ଜବତ ସାମଗ୍ରୀର ଆକଳନ କରିବା ସହ ସ୍ଥାନୀୟ ଅଂଚଳରେ ତଦନ୍ତ ଜାରି ରଖିଛି କେନ୍ଦୁଝର ପୁଲିସ । ଫାଖାପାଖି ୧୪ ଘଂଟା ଏହି ଚଢାଉ ଜାରି ରହି ଥିଲା । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଗୋରକ୍ଷକ ପ୍ରମୁଖ ମଧ୍ୟ ଘଟଣାସ୍ଥଳରେ ପଂହଚି ରାଜ୍ୟ ସରକାର ଓ କେନ୍ଦୁଝର ପୁଲିସକୁ ଧନ୍ୟବାଦ ଜଣାଇବା ସହ ଯାଜପୁର ପୁଲିସର କିଛି ଅସାଧୁ କର୍ମଚାରୀଙ୍କ ଗୋଚରରେ ଏଭଳି ର‌୍ୟାକେଟ୍ ସକ୍ରୀୟ ଥବା କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande