‘ମିଡ୍‌ ଡେ’ ଅପରେସନ ବି ଫେଲ୍ - ଲେନିନ ମହାନ୍ତି
ଭୁବନେଶ୍ୱର, 17 ଜାନୁଆରି (ହି.ସ.): ‘ମିଡ୍‌ ଡେ’ ଅପରେସନ ବି ଫେଲ୍ ହୋଇଛି କହିଛନ୍ତି ଲେନିନ ମହାନ୍ତି । ସେ କହିଛନ୍ତି ଯେ,‘ମିଡ୍‌ ନାଇଟ୍‌ ଅପରେସନ’ ବିଫଳ ହେବା ପରେ ‘ମିଡ୍‌ ଡେ’ ଅପରେସନ୍‌ ମଧ୍ୟ ବିଫଳ ହୋଇଛି। ମିଡ୍‌ ଇଭିନିଙ୍ଗ ଅପରେସନ୍‌ ବି ଫେଲ୍‌ ହେବ । ଲେନିନ
‘ମିଡ୍‌ ଡେ’   ଅପରେସନ     ବି ଫେଲ୍ - ଲେନିନ ମହାନ୍ତି


ଭୁବନେଶ୍ୱର, 17 ଜାନୁଆରି (ହି.ସ.): ‘ମିଡ୍‌ ଡେ’ ଅପରେସନ ବି ଫେଲ୍ ହୋଇଛି କହିଛନ୍ତି ଲେନିନ ମହାନ୍ତି । ସେ କହିଛନ୍ତି ଯେ,‘ମିଡ୍‌ ନାଇଟ୍‌ ଅପରେସନ’

ବିଫଳ

ହେବା ପରେ ‘ମିଡ୍‌ ଡେ’ ଅପରେସନ୍‌ ମଧ୍ୟ ବିଫଳ ହୋଇଛି। ମିଡ୍‌

ଇଭିନିଙ୍ଗ ଅପରେସନ୍‌ ବି ଫେଲ୍‌ ହେବ । ଲେନିନ

ମହାନ୍ତି କହିଛନ୍ତି ଯେ, ଏହି ଅପରେସନ୍‌ ମାଧ୍ୟମରେ ଦଳକୁ ଦୁର୍ବଳ

କରିବାକୁ ଷଡ଼ଯନ୍ତ୍ର ଚାଲାଯାଇଥିଲା। ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ ବିଜୟ ମହାପାତ୍ର,

ଅରବିନ୍ଦ

ମହାପାତ୍ର ଓ ସନାତନ ମହାକୁଡ।

ଲେନିନ ମହାନ୍ତି ଆଗକୁ କହିଛନ୍ତି ଯେ, “ଗତ କିଛି ମାସ ଧରି ଏମାନେ ଷଡ଼ଯନ୍ତ୍ରରେ

ସାମିଲ ଥିଲେ। କିଛି ଲୋକ ଦଳକୁ ଦୁର୍ବଳ କରିବା ପାଇଁ ପ୍ରୟାସ କରୁଥିଲେ ଓ ବିଜୟ ମହାପାତ୍ର

ବ୍ୟାକଅପ୍‌ ଦେଉଥିଲେ।”ସେହିପରି ଲେନିନ ମହାନ୍ତି ପ୍ରଶ୍ନ

ଉଠାଇଛନ୍ତି ଯେ, “ଅନ୍ୟ ନେତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହାଁତି?

ଦେବାଶିଷ

ସାମନ୍ତରାୟଙ୍କ ଭଳି କିଛି ନେତା କହିନାହାନ୍ତି ଯେ, ଦଳ ଭାଙ୍ଗୁ। କିନ୍ତୁ

ସେମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ସେଥିପାଇଁ

କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।”

ଏଠାରେ ସୂଚନା ଯୋଗ୍ୟ ଗତ ଦୁଇ ଦିନ ତଳେ ୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଛି ବିଜେଡି ।

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଛି

ଦଳ । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଟକୁରା ବିଧାୟକ ହୋଇଥିବା ବେଳେ

ଚମ୍ପୁଆରୁ ପ୍ରତିନିଧିତ୍ବ କରୁଛନ୍ତି ବିଧାୟକ ସନାତନ ମହାକୁଡ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande