
ଧର୍ମଶାଳା,୧୭ଜାନୁଆରୀ(ହି.ସ.) - ଯାଜପୁର ଜିଲା ଦୌରା ଜଜ୍ ତଥା ଅଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣ ପକ୍ଷରୁ ଯାଜପୁର ମୁଖ୍ୟ ଦପ୍ତରରେ ଥିବା ବିରଜା ମହିଳା ରାଷ୍ଟ୍ରୀୟ ଯୁବ ଦିବସ ପାଳନ ସହିତ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକାରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତା ଡ. ରୁଦ୍ର ନାରାୟଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୌର ସୁନ୍ଦର ଦାସ,ମୁଖ୍ୟ ବିବାହ ସୁରକ୍ଷା ଅଧିକାରୀ ସୁନନ୍ଦା ଦାସ ଓ ଆଡଭୋକେଟ୍ କୁଳମଣି ନାୟକ ଅତିଥିଭାବେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନଦର୍ଶନ ସହିତ ବାଲ୍ୟ ବିବାହ ନିରୋଧ ଆଇନ ୨୦୨୬ ଓ ମାଦକ ଦ୍ରବ୍ୟ ସେବନର ଭୟାବହ ପରିଣତି ଓ ନିଶାମୁକ୍ତ ଭାରତ ସମ୍ପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ସମସ୍ତଙ୍କୁ ସ୍ୱଦେଶୀ ସଂକଳ୍ପ ପତ୍ର ପାଠ କରାଇ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣ ଓ ମହାବିଦ୍ୟାଳୟ ସମସ୍ତ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ