ଅଭିଭାବକ ଅଭିଭାବିକା, ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ
ନୂଆପଡ଼ା, ୧୭ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଲକ୍ଷ୍ମୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ଶେଷ ତଥା ଚତୁର୍ଥ ଅଭିଭାବକ ଅଭିଭାବିକା, ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଲନୀ ବିଦ୍ୟାଳୟ ପରିଚଳନା କମିଟିର ସଭାପତି ପରମେଶ୍ବର ବାରିକଙ୍କ ଅଧ୍ୟକ୍ଷତାରେ ଆଜି ଅନ
Abhibhabak sammalani


ନୂଆପଡ଼ା, ୧୭ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଲକ୍ଷ୍ମୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ଶେଷ ତଥା ଚତୁର୍ଥ ଅଭିଭାବକ ଅଭିଭାବିକା, ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଲନୀ ବିଦ୍ୟାଳୟ ପରିଚଳନା କମିଟିର ସଭାପତି ପରମେଶ୍ବର ବାରିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମାପ୍ତି ସୂଚକ ଆକଲନ ଏକ ଓ ଦୁଇ, ପଢ଼ିବା ଗଢ଼ିବା ଓଡ଼ିଶା, ପଠନ, ବିଦ୍ୟାଳୟରେ ବୁଲା କୁକୁର ମୁକ୍ତ , ବାଲ୍ୟ ବିବାହ ମୁକ୍ତ, ଅଭିଭାବକ ଅଭିଭାବିକା ମାନଙ୍କ ମତାମତରେ ଆସନ୍ତା ଶିକ୍ଷା ବର୍ଷରେ ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା ବୃଦ୍ଧି କରିବା ବୈଠକ ରେ ଆଲୋଚନା ହୋଇଥିଲା। ବୈଠକରେ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହ ଶିକ୍ଷୟତ୍ରୀ ମୀରା ରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟିର ସଦସ୍ୟ ଭଜନଲାଲ ରାଉତ, ରଜନୀ ରାନୀ ରାଉତ, ରୋଷେୟା ନିଲେନ୍ଦ୍ରୀ ମାଝୀ ଉପସ୍ଥିତ ଥିଲେ। ସେହିପରୀ ଖଡିଆଳ ବ୍ଲକ କାସିପଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବର୍ଷର ଶେଷ ତଥା ଚତୁର୍ଥ ଅଭିଭାବକ ଅଭିଭାବିକା ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଲନୀ ପରିଚାଳନା କମିଟିର ଉପ ସଭାପତି ପ୍ରେମଲତା ବାରିକଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମାପ୍ତି ସୂଚକ ଆକଲନ ଏକ ଓ ଦୁଇ, ପଢ଼ିବା ଗଢ଼ିବା ଓଡ଼ିଶା, ପଠନ, ବିଦ୍ୟାଳୟରେ ବୁଲା କୁକୁର ମୁକ୍ତ , ବାଲ୍ୟ ବିବାହ ମୁକ୍ତ, ଅଭିଭାବକ ଅଭିଭାବିକା ମାନଙ୍କ ମତା ମତରେ ଆସନ୍ତା ଶିକ୍ଷା ବର୍ଷରେ ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା ବୃଦ୍ଧି କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନ ଶିକ୍ଷକ ସୁମନ୍ତ ସିଂ ପଣ୍ଡା କାର୍ଯ୍ୟ କ୍ରମ ପରିଚାଳନା କରିଥିବା ବେଳେ ସହ ଶିକ୍ଷୟତ୍ରୀ ଗୀତାଞ୍ଜଳି ଚଲାନ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଦସ୍ୟ ଦକ୍ଷରାଜ ବାରିକ, ରୀନା ବାରିକ, ମୁକ୍ତାମଣୀ ରାଉତ, କିଶୋରୀ ପଣ୍ଡା, ଭାର୍ଗବୀ ବାରିକ, ଗୋପବାଲି ବାରିକ, ଉଷାବତୀ ଚଲାନ, ସୁମିତ୍ରା ଶୁନାନି, ମାଧବୀ ଚଲାନ, ହେମସାଗର ରାଉତ, ରୋଷେୟା ତମାଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସେହି କେନ୍ଦ୍ର ବିଦ୍ୟାଳୟ ଚଲାନପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପରିଚାଳନା କମିଟିର ସଭାପତି ଭିକାରି ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ମୀରା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହ ଶିକ୍ଷୟତ୍ରୀ ମାଧୁରୀ ଶବର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସଦସ୍ୟ ରିଙ୍କି ଚଲାନ, ପ୍ରତିମା ଦଣ୍ଡସେନା, ରଜନୀ ରାଉତ, ଦୂର୍ମିଲା ପଣ୍ଡା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande