ପୋଟେରୁ ଜଳସେଚନ ବିଭାଗରେ ନିମ୍ନମାନର କେନାଲ କାମ ଅଭିଯୋଗ, ଅଧିକାରୀଙ୍କ ଅନୁପସ୍ଥିତି ଠିକାଦାରଙ୍କୁ ସୁହାଉଛି
ମାଲକାନଗିରି, ୧୭ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ପୋଟେରୁ କେନାଲ ବିଭାଗ ପକ୍ଷରୁ ନିର୍ମାଣାଧିନ କେନାଲ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହେଉଛି। ଏହି ନିର୍ମାଣାଧିନ କାର୍ଯ୍ୟ ଗୁଡିକ ତଦାରଖ କରିବା ପାଇଁ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ଅଭାବରୁ
ପୋଟରୁ ଜଳସେଚନ ବିଭାଗରେ ନିମ୍ନ ମାନର କେନାଲ କାମ ଅଭିଯୋଗ, ଅଧିକାରୀଙ୍କ ଅନୁପସ୍ଥିତ ଠିକାଦାରଙ୍କୁ ସୁହାଉଛି


ମାଲକାନଗିରି, ୧୭ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ପୋଟେରୁ କେନାଲ ବିଭାଗ ପକ୍ଷରୁ ନିର୍ମାଣାଧିନ କେନାଲ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହେଉଛି। ଏହି ନିର୍ମାଣାଧିନ କାର୍ଯ୍ୟ ଗୁଡିକ ତଦାରଖ କରିବା ପାଇଁ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ଅଭାବରୁ ଏହାର ସୁଯୋଗ ନେଇ ଠିକାଦାର ମାନେ ବେଧଡ଼କ ନିମ୍ନ ମାନର ସମାଗ୍ରୀ ବ୍ୟବହାର କରୁଥିବା ବେଳେ ଆବଶ୍ୟକୀୟ ମୁତାବକ କ୍ୟୁରିଂ କରୁନଥିବା ନେଇ ସ୍ଥାନୀୟ ନେତୃବୃନ୍ଦ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ, ପଡିଆ ବ୍ଲକ ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମ ଦେଇ ଯାଇଥିବା ପୋଟରୁ ଜଳସେଚନ ବିଭାଗର କେନାଲରୁ ଏକ ନୂତନ ଭାବେ ସବ୍ କେନାଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନ ମାନର ବୋଲି ଅଭିଯୋଗ ହେଉଛି। ଏହି କେନାଲ ନିର୍ମାଣ ବେଳେ ଏହାର ଉଭୟ ପାର୍ଶ୍ଵ ୱାଲରେ ଚିପ୍ସ କଙ୍କ୍ରିଟ୍ ଦିଆଯିବାକୁ ଥିବାବେଳେ ଏଥିରେ ମେଟାଲ୍ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଏଥିସହ ଏହି ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ବିଭାଗୀୟ ଅଧିକାରୀ ମାନେ ଆସୁନଥିବାରୁ ଏହାର ସୁଯୋଗ ନେଇ ଠିକାଦାର ଜଣକ ନିମ୍ନମାନର ବାଲି ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବାହର କରୁଥିବା ଦେଖିବାକୁ ମିଳିଛି। ଏନେଇ ଜଳ ସେଚନ ବିଭାଗର କର୍ମଚାରିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କଲେ ମଧ୍ୟ କାହା ସହ ଯୋଗାଯୋଗ ହୋଇପାରୁ ନଥିବାରୁ ସ୍ଥାନୀୟ ନେତୃବୃନ୍ଦ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ଘଟଣା ବାବଦରେ ଅବଗତ କରାଇଥିଲେ। ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଂଚି ନିମ୍ନମାନର ନିର୍ମାଣ କାର୍ଯ୍ୟ ବାବଦରେ କାମ କରାଉଥିବା ସୁପରଭାଇଜରଙ୍କୁ ପଚାରିବାରୁ ସେ ମଧ୍ୟ ଚିପ୍ସ ସହ ମେଟାଲ୍ ମିଶାଉଥିବା ସ୍ୱୀକାର କରିଛନ୍ତି । ଜଳସେଚନ ବିଭାଗ ପକ୍ଷରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଏଭଳି ଶହ ଶହ ମିଟର କେନାଲ କାମ ଚାଲିଥିବା ବେଳେ ଏଭଳି ନିମ୍ନମାନର କାର୍ଯ୍ୟ ଏକ ବଡ ଧରଣର ଦୁର୍ନୀତିକୁ ପ୍ରଶୟ ଦେଉଥିବା ମତ ପ୍ରକାଶ ପାଇଛି। ପ୍ରାୟ ସମସ୍ତ ସ୍ଥାନରେ ଠିକାଦାରମାନେ ଏଭଳି ମନ ମୁତାବକ କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଚୁପ ହୋଇ ରହିବା ବିଭାଗୀୟ ଉଦାସୀନତାକୁ ଦର୍ଶାଉଛି ।

ଅନ୍ୟପଟେ ପଡିଆ ବ୍ଲକ ସଦର ମହକୁମାରେ ଥିବା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପଛପଟେ ମଧ୍ୟ ନିର୍ମାଣ ହୋଇଥିବା କେନାଲ କାମରେ ନିମ୍ନମାନର ସମାଗ୍ରୀ ବ୍ୟବହାର କରି କାର୍ଯ୍ୟ କରାଯିବା ସହ ଆବଶ୍ୟକ ମୁତାବକ କ୍ୟୁରିଂ କରାଯାଇ ନଥିବା ଅଭିଯୋଗ ହୋଇଛି। ଏ ବାବଦରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କାମରେ କୌଣସି ଅଭିଯୋଗ ନାହିଁ ଯିଏ ଯାହା କହିଲେ ଚଳିବ ନାହିଁ ବୋଲି ବେପାରୁଆ ଢଙ୍ଗରେ ମତ ପ୍ରଦାନ କରିଛନ୍ତି। ଉଭୟ ପ୍ରକଳ୍ପକୁ ନେଇ ସ୍ଥାନୀୟ ନେତୃବୃନ୍ଦଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଭାବ ରହିଥିବା ବେଳେ ବିଭାଗ ପକ୍ଷରୁ ତୁରନ୍ତ ଏହାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande