ଫେବୃୟାରୀ ୧୨ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ସମୂହ ମାନଙ୍କ ପକ୍ଷରୁ ଧର୍ମଘଟ ଡାକରା
ଭୁବନେଶ୍ୱର, ୧୭ ଜାନୁୟାରୀ (ହି.ସ)- ଫେବୃୟାରୀ ୧୨ ତାରିଖରେ ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଓ ସ୍ୱାଧୀନ ଫେଡେରେସନ ସମୂହ ମାନଙ୍କ ତରଫରୁ କେନ୍ଦ୍ର ସରକାରଙ୍କର ୪ଟି ଲେବର କୋର୍ଡ ପ୍ରତ୍ୟାହାର, ଶ୍ରମିକ କର୍ମଚାରୀମାନଙ୍କର ୧୪ ଦଫା ଦାବୀ, ମହାତ୍ମାଗାନ୍ଧୀ ଜାତୀୟ ନିଯୁକ୍ତି ଯୋଜନାର ପରିବର୍ତନ, ବିଦ୍
ଵରଗହ


ଭୁବନେଶ୍ୱର, ୧୭ ଜାନୁୟାରୀ (ହି.ସ)- ଫେବୃୟାରୀ ୧୨ ତାରିଖରେ ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଓ ସ୍ୱାଧୀନ ଫେଡେରେସନ ସମୂହ ମାନଙ୍କ ତରଫରୁ କେନ୍ଦ୍ର ସରକାରଙ୍କର ୪ଟି ଲେବର କୋର୍ଡ ପ୍ରତ୍ୟାହାର, ଶ୍ରମିକ କର୍ମଚାରୀମାନଙ୍କର ୧୪ ଦଫା ଦାବୀ, ମହାତ୍ମାଗାନ୍ଧୀ ଜାତୀୟ ନିଯୁକ୍ତି ଯୋଜନାର ପରିବର୍ତନ, ବିଦ୍ୟୁତବିଲ୍ ୨୦୨୫, ବିହନ ବିଲ ୨୦୨୫, ଶାନ୍ତିବିଲ ୨୦୨୫, ପେନସନ ବିଲ ଓ ବୀମା ନିଯୁକ୍ତି, ୧୦୦ ପ୍ରତିଶତ ପ୍ରତ୍ୟେକ୍ଷ, ବିଦେଶୀ ପୁଞ୍ଜି ଲଗାଣ, ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ ଓ ଜିଏସ୍‌ଟି ଛାଡ, ସର୍ବନିମ୍ନ ମାସିକ ୨୬ ହଜାର ଟଙ୍କା ମଜୁରୀ, ପୁରୁଣା ପେନସନ୍ ସ୍କିମ୍ ପ୍ରଚଳନ ଓ ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କା ପ୍ରଭୃତି ଜନ ବିରୋଧି ନିତି ବିରୋଧରେ ସର୍ବଭାରତୀୟ ଧର୍ମଘଟ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି। ଏହି ଧର୍ମଘଟ ଓ ଆନ୍ଦୋଳନକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ବିଭିନ୍ନ ରାଜନୈତିକ ଦଳ ତଥା କଂଗ୍ରେସ, ସିପିଆଇଏ(ଏମ୍‌), ସିପିଆଇ, ସିପିଆଇ(ଏମ୍‌/ଏଲ) ଲିବରେସନ, ଫରୱାର୍ଡ ବ୍ଲକ, ଏସ୍‌ସିଆଇ (କମ୍ୟୁନିଷ୍ଟ) ଯୋଗଦେଇ ଧର୍ମଘଟକୁ ସମର୍ଥନ ଦେବାକୁ ମତବ୍ୟକ୍ତ କରିଛନ୍ତି।

ଶନିବାର ସ୍ଥାନୀୟ ରେଡକ୍ରସ ଭବନ ଠାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ମାନଙ୍କ ପକ୍ଷରୁ ଆୟୋଜିତ ରାଜ୍ୟ ସମ୍ମିଳନୀରେ ଆଇଏନ୍‌ଟିୟୁସି ନେତା କିଶୋର ଜେନା, ଏଆଇଟିୟୁସିର ଗୌରାଙ୍ଗ ପାଣିଗ୍ରାହୀ, ଏସ୍‌ଏମ୍‌ଏସ ମହମ୍ମଦ ମୁର୍ତ୍ରିଜା, ସିଆଇଟିୟୁର ବିଷ୍ଣୁ ମହାନ୍ତି, ଏଆଇୟୁଟିୟୁସିର ନେତା ପୂର୍ଣ୍ଣଚନ୍ଦ୍ର ବେହେରା, ଏଆସିସିଟିୟୁର ବଂଶିଧର ପରିଡା, ଟିୟୁସିସିର ଲକ୍ଷ୍ମୀ ଦୋରା ଓ ଏଲପିଏଫର ମଧୁସୁଦନ ପ୍ରଧାନ ଙ୍କୁ ନେଇ ସଭାପତି ମଣ୍ଡଳୀ ଗଠନ କରିବା ପରେ ସଭାପତି ମଣ୍ଡିଳୀ ପକ୍ଷରୁ ସାଥୀ ବିଷ୍ଣୁ ମହାନ୍ତି ସମ୍ମିଳନୀର ଭିତିପତ୍ର ପାଠ କଲାପରେ ଭିତିପତ୍ରକୁ ସମର୍ଥନ କରି ଆଇଏନ୍‌ଟିୟୁସିର ସଭାପତି ଡ. ରାମଚନ୍ଦ୍ର ଖୁଂଟିଆ, ପ୍ରାକ୍ତନ ସାଂସଦ, ଏଚଏମଏସର ନେତା ତଥା ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀ, ଏଆଇଟିୟୁସିର ମାୟାଧର ନାୟକ, ସିଆଇଟିୟୁର ଦୁଷ୍ମନ୍ତ ଦାସ, ଏଆଇୟୁଟିୟୁସିର ଜୟସେନ ମେହେର, ଏଆଇସିସିଟିୟୁର ମହେନ୍ଦ୍ର ପରିଡା, ଟିୟୁସିସିର ଲକ୍ଷ୍ମୀ ଦୋରା, ଏଲପିଏଫ ମାୟାଧର ନାୟକ, ଫେବୃୟାରୀ ୧୨ ତାରିଖରେ ଧର୍ମଘଟକୁ ସଫଳ କରିବାକୁ ସମସ୍ତ ଶ୍ରମିକ ସଂଗଠନମାନଙ୍କୁ ଡାକରା ଦେଇଥିଲେ ଏବଂ ସରକାର ଜନଗଣଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଯେଉଁ ନଗ୍ନ ଆକ୍ରମଣ କରୁଛନ୍ତି ତାହାକୁ ନିନ୍ଦା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande