ଠିକାଦାରଙ୍କ ସମସ୍ୟା ସମାଧାନ ପାଇଁ ବୈଠକ
କେନ୍ଦ୍ରାପଡ଼ା, ୧୮ ଜାନୁଆରୀ (ହି.ସ.)- କେନ୍ଦ୍ରାପଡ଼ା ଜିଲା ଠିକାଦାର ସଂଘର ଏକ ବୈଠକ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଶ୍ୟାମସୁନ୍ଦରପୁରରେ ଥିବା ଚଣ୍ଡିଆ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଆବାହକ ଭୂବନମୋହନ ସିଂଙ୍କ ବୈଠକରେ ସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିବା ବେଳେ ଅଧ୍ୟକ୍
ଠିକାଦାରଙ୍କ ସମସ୍ୟା ସମାଧାନ ପାଇଁ ବୈଠକ


କେନ୍ଦ୍ରାପଡ଼ା, ୧୮ ଜାନୁଆରୀ (ହି.ସ.)- କେନ୍ଦ୍ରାପଡ଼ା ଜିଲା ଠିକାଦାର ସଂଘର ଏକ ବୈଠକ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଶ୍ୟାମସୁନ୍ଦରପୁରରେ ଥିବା ଚଣ୍ଡିଆ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଆବାହକ ଭୂବନମୋହନ ସିଂଙ୍କ ବୈଠକରେ ସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିବା ବେଳେ ଅଧ୍ୟକ୍ଷତା କରିଥିଲେ ସଂଘର ବରିଷ୍ଠ ସଦସ୍ୟ ଲିଆକତ ଅଲ୍ଲୀ । ଏହି ବୈଠକରେ ଠିକାଦାରମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା ହୋଇଥିଲା । କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ-୧ରେ ଏବେ ଯେଉଁ ସବୁ ଟେଣ୍ଡର ବାହାରିବ ତାହାକୁ ସିଡ୍ୟୁଲ ରେଟ୍‌ରେ ପକାଇବା ଉଚିତ । ଏହାଦ୍ୱାରା କାମର ମାନ ସଠିକ ରହିପାରିବ । ଫଳରେ ଯେଉଁ ଠିକାଦାର ଏହି କାମ କରିବ ତାହାକୁ ଲୋକେ ପ୍ରଶଂସା କରିବେ । ଏହାସହ ସରକାର ଓ ପ୍ରଶାସନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇପାରିବ । ଫଳରେ କାମର ମାନକୁ ନେଇ ସାଧରଣ ଜନତା ପ୍ରଶ୍ନ ଉଠାଇବେ ନାହିଁ ବୋଲି ବୈଠକରେ ଠିକାଦାରମାନେ ଆଲୋଚନା କରିଥିଲେ । ଯଦି କୌଣସି ଠିକାଦାର ସିଡ୍ୟୁଲ ରେଟ୍ ଠାରୁ କମ ମୂଲ୍ୟରେ ଟେଣ୍ଡର ପକାନ୍ତି ତାହା ହେଲେ ଜିଲା ଠିକାଦାର ସଂଘ ଏହାକୁ ବିରୋଧ କରିବ । କାରଣ ସଂପୃକ୍ତ ଏଜେନ୍ସୀ ସଠିକ୍ ଭାବେ କାମ ନକରି କାମର ମାନରେ ଠକାମୀ କରିବ । ଯାହାଦ୍ୱାରା ଜିଲାର ସମସ୍ତ ଠିକାଦାର ନିନ୍ଦିତ ହେବେ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ସୁବାସ ବଳ, ଜିତେନ୍ଦ୍ର କୁମାର ଜେନା, ସରୋଜକାନ୍ତ ସାମଲ, ବିବିନ ବିହାରୀ ଦାସ, ମାଧବ ସେଠୀ, ରତ୍ନାକର ପ୍ରଧାନ, ପ୍ରକାଶ ସ୍ୱାଇଁ, କୁଞ୍ଜ ବିହାରୀ ଦାସ, ରାଜୀବ ଗାନ୍ଧୀ, ଅଜୟ ନାୟକ ପ୍ରମୁଖ ବହୁ ଠିକାଦାର ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande