3ଦିନରେ ସମାଧାନ ହେବ ଆୟୁଷ୍ମାନ ଯୋଜନାର ସମସ୍ୟା
ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସମ୍ପର୍କରେ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ଯୋଜନାର କାର୍ଯ୍ୟାନ୍ୱୟନ, କାର୍ଡ ତିଆରି ପ୍ରକ୍ରିୟା ଓ ଡିଜିଟ
3ଦିନରେ ସମାଧାନ ହେବ     ଆୟୁଷ୍ମାନ ଯୋଜନାର ସମସ୍ୟା


ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସମ୍ପର୍କରେ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜିତ ହୋଇଛି । ଏହି

ଶିବିରରେ ଯୋଜନାର କାର୍ଯ୍ୟାନ୍ୱୟନ, କାର୍ଡ

ତିଆରି ପ୍ରକ୍ରିୟା ଓ ଡିଜିଟାଲ ସୁବିଧା ନେଇ ଆଲୋଚନା କରାଯାଇଛି ।

ଶିବିରରେ ଯୋଗ ଦେଇ

ମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ

ଭାରତ କାର୍ଡ ସମ୍ପର୍କିତ ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଯେଉଁ ଯୋଗ୍ୟ ଲାଭାର୍ଥୀ

ମାନଙ୍କର ଏ ପର୍ଯ୍ୟନ୍ତ କାର୍ଡ ହୋଇନାହିଁ, ସେମାନେ ଡିଜିଟାଲ

ମାଧ୍ୟମରେ ନିଜ ତଥ୍ୟ ଦେଖିପାରିବେ ଓ ଆବେଦନର ସ୍ଥିତି ଜାଣିପାରିବେ । ଆଗାମୀ ଦିନରେ ଆୟୁଷ୍ମାନ

ଭାରତ ସଂପର୍କିତ ସମସ୍ତ ଡାଟା ଓଡ଼ିଆ ଭାଷାରେ ଉପଲବ୍ଧ ହେବ, ଯାହା

ଫଳରେ ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ । ଏଥିପାଇଁ ୩ ଟି ଏମଓୟୁ

ସ୍ବାକ୍ଷରିତ ହୋଇଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ ଓ

ସହଜଗମ୍ୟ କରାଯିବ ବୋଲି ଆଶା କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande