
ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ପାରାଦୀପରେ ଘରୋଇ ବସ୍ ଧର୍ମଘଟ ନିଷ୍ପତ୍ତି ସ୍ଥଗିତ । ମୁଖ୍ୟମନ୍ତ୍ରୀ
ବସ୍ ଚଳାଚଳକୁ ବିରୋଧ କରି ପାରାଦୀପରେ ଘରୋଇ ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତି ସ୍ଥଗିତ ରହିଛି ।
ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ।
ଏନେଇ ସୂଚନା ଦେଇଛନ୍ତି ସଂଘ ସଭାରତି ରଶ୍ମିରଞ୍ଜନ ପରିଡ଼ା।
ଅନ୍ୟପଟେ ପାରାଦୀପ, ଜଗତସିଂହପୁର ମାଲିକ
ସଂଘ ଓ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଜଗତସିଂହପୁର ଜିଲ୍ଲାପାଳ ଡାକିଛନ୍ତି।
ଚୁଡ଼ାନ୍ତ ନିଷ୍ପତ୍ତି ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ସେବା, ଜିଲ୍ଲା ସଦର
ମହକୁମାରୁ ବ୍ଲକ ସଦର ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ ।
ତେଣୁ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ପାରାଦୀପ ଘରୋଇ ବସ୍
ମାଲିକ ସଂଘ ସଭାପତି ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି। ଏଥିସହ ସପ୍ତାହେ ଧରି ଧର୍ମଘଟରେ ଥିବା
ଜଗତସିଂହପୁର ଘରୋଇ ବସ୍ ମାଲିକ ସଂଘ ଆଜିଠୁ ବସ୍ ଚଳାଚଳ ସ୍ବାଭାବିକ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା