ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବହ୍ନିକନ୍ୟା, ସେବା ଓ ତ୍ୟାଗର ଅନନ୍ୟ ପ୍ରତ
ପାର୍ବତୀ ଗିରି


ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ

ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବହ୍ନିକନ୍ୟା, ସେବା ଓ ତ୍ୟାଗର

ଅନନ୍ୟ ପ୍ରତୀକ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ

ଅବସରରେ ଭକ୍ତିପୂତ ପ୍ରଣାମ।

ସ୍ଵାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ସମାଜ ସେବା ପର୍ଯ୍ୟନ୍ତ, ନାରୀ ସଶକ୍ତିକରଣ

କ୍ଷେତ୍ରରେ ତାଙ୍କର ଅବଦାନ ସଦା ଅବିସ୍ମରଣୀୟ। ଜନସେବା ପ୍ରତି ତାଙ୍କର ନିଷ୍ଠା ଓ ଆଦର୍ଶ

ଚିରକାଳ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande