
ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍ପେଣ୍ଡ ନେଇ
ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର । ବିଜେଡି ନେତୃତ୍ୱ ଓ
କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମୟୀ ମିଶ୍ର । ପୁଣି ନବୀନ ଓ
ପାଣ୍ଡିଆନ୍ଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଶ୍ରୀମୟୀ । ସେ କହିଛନ୍ତି ଯେ, ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ
ପରିଭାଷା ଲେଖାହେଉଛି । ୨ ବିଧାୟକଙ୍କୁ ନିଲମ୍ବିତ କରି 'ଅନୁଶାସନ'ର ପାଠ ପଢ଼ାଯାଉଛି
। କିଏ କାହା ସହ ବିଶ୍ୱାସଘାତକତା କରିଛି?, ପ୍ରକୃତ ବିଶ୍ୱାସଘାତକ କିଏ ବୋଲି ପ୍ରଶ୍ନ
ଉଠାଇଛନ୍ତି ଶ୍ରୀମୟୀ । କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା । ଆଉ
ବିଧାୟକ ସଂଖ୍ୟା ୫୧ରେ ସୀମିତ ରହିଲା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା