
ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ଷ୍ଟାର୍ଟ ଅପରେ
ଓଡ଼ିଶାର ରାଙ୍କ ଖସିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ
ମଲ୍ଲିକ । କହିଛନ୍ତି, ଏହି ରିପୋର୍ଟ 1 ଜାନୁଆରୀ 2023 ରୁ 30 ନଭେମ୍ବର 2024 ସମୟର । ତେଣୁ
ବିଜେପି 2024 ଜୁନ 12 ରେ ସରକାରକୁ ଆସିଥିଲା । ବିଜେପି ସରକାରକୁ କେବଳ ଏହି ସମୟରେ 6 ମାସ
ମିଳିଥିଲା । ରାଙ୍କ କେମିତି ବିଜେପି ସରକାର 6 ମାସରେ ଖସାଇ ଦେଲେ । ବିଜେଡି ସରକାରରେ କେବଳ
କାଗଜକଲମରେ ଷ୍ଟାର୍ଟ ଅପ ଚାଲିଥିଲା । ଓ ହବ୍ କେଳେଙ୍କାରୀ ଧରି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ତାହା ବିଜେଡିର ସୋସିଆଲ ମିଡ଼ିଆରେ ବ୍ୟବହାର କରାଯାଉଥିଲା । ସେଠି ବିଜେଡି କାର୍ଯ୍ୟକର୍ତ୍ତା
ବେତନ ନେଇ କାମ କରୁଥିଲେ । 2016 ରୁ 2024 ଭିତରେ କେବଳ 1100 ଷ୍ଟାର୍ଟ ଅପ ଗତ ସରକାରରେ
ହୋଇଥିଲା । ବିଜେପି ସରକାରକୁ ଆସି 2550 ଷ୍ଟାର୍ଟ ଅପ କରିଛି । ଏହା ଗତ ଦେଢ଼ ବର୍ଷର ରେକର୍ଡ ।
ଗାଁ ଗାଁର ଯୁବ ବର୍ଗଙ୍କୁ ଷ୍ଟାର୍ଟ ଅପରେ ସୁବିଧା ଯୋଗାଉଛି ବିଜେପି ସରକାର । ବିଜେଡି ଯେଉଁ
ତଥ୍ୟ ସୋସିଆଲ ମିଡ଼ିଆରେ ବୁଲାଉଛି, ଏହା ତାଙ୍କ ଉତ୍ତରାଧିକାରୀ ଭାବେ ବିଜେପି ସରକାର ପାଇଛି ।
ସରକାର ଏମଏସଏମଇ, ଶିକ୍ଷା, ଭିତ୍ତିଭୂମି, ଶିଳ୍ପ ପରି ଅନେକ କ୍ଷେତ୍ରରେ ଆଗଉଛି । ଦେଢ଼ ବର୍ଷର ସରକାର ତର୍କ ପାଇଁ 24 ବର୍ଷର
ସରକାରକୁ ଆହ୍ୱାନ ଦେଉଛି । ପ୍ରତି ବ୍ଲକରେ କଲେଜ ପିଲାଙ୍କୁ ଏମଏସଏମଇଟ୍ରେନିଂ ଦିଆଯାଉଛି । 35%
ସବସିଡି ବ୍ୟବସ୍ଥା କରାଯାଇଛି । ଆଗକୁ ବହୁତ ଭଲ ରାଙ୍କ ଆସିବ ବୋଲି ମନ୍ତ୍ରୀ କହିଛନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା