
କେନ୍ଦ୍ରାପଡା, ୧୯ ଜାନୁଆରୀ (ହି.ସ.)- କେନ୍ଦ୍ରାପଡା ସହର ଓ ଆଖପାଖ ଅଂଚଳରେ ଦଳ ଦଳ ବୁଲାଗୋରୁଙ୍କ ଯୋଗୁ ଦୈନିକ ଦୁର୍ଘଟଣା ବଢିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ସହରର ମୁଖ୍ୟ ସ୍ଥାନ ତିନିମୁହାଣୀ, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ସାନ୍ତସାହି, ମୀର ପାଟଣା, ଇଚ୍ଛାପୁର ପ୍ରଭୃତି ଛକ ମାନଙ୍କରେ ଶହ ଶହ ସଂଖ୍ୟାରେ ଷଣ୍ଢ, ଗାଈ ରାସ୍ତା ଉପରେଶୋଇବା ଓ ପଲ ପଲ ହୋଇ ରାସ୍ତା ଉପରେ ରହୁଥିବାରୁ ଘଂଟାଘଂଟା ଧରି ଟ୍ରାଫିକ୍ ଜାମ୍ ହେବା ସହ ଦୁର୍ଘଟଣା ବଢୁଛି । ଏପରିକି ଆମ୍ବୁଲାନ୍ସ, ଦମକଳ, ସ୍କୁଲ୍ ଗାଡି ଆଦି ଘଂଟା ଘଂଟା ଧରି ଛିଡା ହୋଇରହୁଛି । ଏ ବିଷୟରେ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବାପରେ ମଧ୍ୟ ବୁଲା ଗାଈଗୋରୁଙ୍କ ପ୍ରତି କୈାଣସି କାର୍ଯ୍ୟ। ନୁଷ୍ଠାନ ହେଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ