
ଜୟପୁର, ୦୨ ଜାନୁଆରି (ହି.ସ.) - ଇସ୍ତଫା ଦେଲେ ନବ ନିଯୁକ୍ତ ସରକାରୀ ଓକିଲ ମନୋରଞ୍ଜନ ରାଉତରାୟ । ନୂତନ ସରକାର ଗଠନ ହେବାର ଅଠର ମାସ ପରେ ରାଜ୍ୟରେ ସରକାରୀ ଓକିଲଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ଗତ ଡିସେମ୍ବର ୨୪ ତାରିଖ ଆଇନ ବିଭାଗର ନୋଟିଫିକେସନ ଅନୁଯାଇ ଜୟପୁର ମହିଳା କୋର୍ଟରେ ସହକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ କୋରାପୁଟର ଆଇନଜୀବୀ ମନୋରଞ୍ଜନ ରାଉତରାୟ । ହେଲେ ଗୁରୁବାର ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।
ଦୀର୍ଘବର୍ଷଧରି ଚାଷୀମୁଲିଆ ଆଦିବାସୀ ସଂଘ ଓ ନକ୍ସଲ ଅଭିଯୁକ୍ତଙ୍କ ମାମଲା ଲଢ଼ି ଚର୍ଚ୍ଚାକୁ ଆସିଥିଲେ ଆଇନଜୀବୀ ରାଉତରାୟ । ସେ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ଥିବାବେଳେ ସ୍ୱଦେଶୀ ଜାଗରଣ ମଂଚର ରାଜ୍ୟ ସହ ସଂଯୋଜକ ଦାୟିତ୍ୱରେ ଅଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି