
ଚମ୍ପୁଆ, ୦୨ ଜାନୁଆରି (ହି.ସ.) - ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲରେ ଚାବି ପକାଇଲେ ଛାତ୍ର ଛାତ୍ରୀ ଓ ଅଭିଭାବକ। ଚମ୍ପୁଆ ବ୍ଲକ ରଜିଆ ସ୍ଥିତ ଅସନ ବାହାଳୀ ସରକାରୀ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ଚାବି ପକାଇଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ। ଫଳରେ ପାଠପଢା ବନ୍ଦ ରହିଛି । ଚମ୍ପୁଆ ବ୍ଲକ ଅନ୍ତର୍ଗତ ଅସନ ବାହାଳୀ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମେଶ୍ୱର ମହାନ୍ତଙ୍କୁ ଅନ୍ୟତ୍ର ବଦଳି ନେଇ ଛାତ୍ରଛାତ୍ରୀ, ଅଭିଭାବକ ମାନେ ଘୋର ବିରୋଧ କରିଛନ୍ତି । ବଡଦିନ ଛୁଟି ହୋଇଥିବା ବେଳେ ତରବରିଆ ଭାବେ ଶିକ୍ଷକଙ୍କ ବଦଳି କରାଯାଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଥିବା ବେଳେ ଯେ ପର୍ଯ୍ୟନ୍ତ ତାଙ୍କ ବଦଳି ବାତିଲ ନ ହୋଇଛି ବିଦ୍ୟାଳୟ ଫାଟକରୁ ତାଲା ଫିଟା ଯିବନାହିଁ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta