ସମ୍ବଲପୁର ଲୋକ ମହୋତ୍ସବ : ଚିତ୍ରକଳା କର୍ମଶାଳାରେ କଳାକାରଙ୍କ ତୂଳୀରେ ଜୀବନ୍ତ ହେଲା ଫଟୋଚିତ୍ର
ସମ୍ବଲପୁର, ୦୨, ଜାନୁଆରୀ (ହି.ସ.) - ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ନିକଟ ରିଭର ଭ୍ୟୁ-ପଏଂଟ ଠାରେ ସମ୍ବଲପୁର ଲୋକ ମହୋତ୍ସବର ପ୍ରଦର୍ଶନୀ ଉପସମିତି ପକ୍ଷରୁ ଆକର୍ଷଣୀୟ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ନୋଡାଲ ଅଧିକାରୀ ତଥା ମହାନଗର ନି
ସମ୍ବଲପୁର ଲୋକ ମହୋତ୍ସବ :  ଚିତ୍ରକଳା କର୍ମଶାଳାରେ କଳାକାରଙ୍କ ତୂଳୀରେ ଜୀବନ୍ତ ହେଲା ଫଟୋଚିତ୍ର


ସମ୍ବଲପୁର ଲୋକ ମହୋତ୍ସବ :  ଚିତ୍ରକଳା କର୍ମଶାଳାରେ କଳାକାରଙ୍କ ତୂଳୀରେ ଜୀବନ୍ତ ହେଲା ଫଟୋଚିତ୍ର


ସମ୍ବଲପୁର ଲୋକ ମହୋତ୍ସବ :  ଚିତ୍ରକଳା କର୍ମଶାଳାରେ କଳାକାରଙ୍କ ତୂଳୀରେ ଜୀବନ୍ତ ହେଲା ଫଟୋଚିତ୍ର


ସମ୍ବଲପୁର, ୦୨, ଜାନୁଆରୀ (ହି.ସ.) - ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ନିକଟ ରିଭର ଭ୍ୟୁ-ପଏଂଟ ଠାରେ ସମ୍ବଲପୁର ଲୋକ ମହୋତ୍ସବର ପ୍ରଦର୍ଶନୀ ଉପସମିତି ପକ୍ଷରୁ ଆକର୍ଷଣୀୟ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ନୋଡାଲ ଅଧିକାରୀ ତଥା ମହାନଗର ନିଗମ କମିଶନର ରେହାନ ଖତ୍ରି ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଆମ ସମ୍ୱଲପୁରର ସଂସ୍କୃତିକୁ ନେଇ ଚିତ୍ରଶିଳ୍ପୀ ମାନେ ନିଜର ରଙ୍ଗତୁଳୀରେ ଚିତ୍ର ଅଙ୍କନ କରିଥିଲେ । ପ୍ରତ୍ୟେକଟି ଚିତ୍ର ସମ୍ପୂର୍ଣ୍ଣ ଜୀବନ୍ତ ଭଳି ଝଲସି ଉଠିଥିଲା । ଆବାହକ କୁଲଦୀପ ବର୍ମା, ସହ ଆବାହକ ରୋଚିଶ ଦେ ଓ ଶ୍ରୀମନ୍ତ ସାହୁଙ୍କ ତତ୍ୱାବଧାନରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମୋଟ ୩୦ ଜଣ ଚିତ୍ରଶିଳ୍ପୀ ଏଥିରେ ଅଂଶଗ୍ରହଣ କରି ଚିତ୍ର ଅଙ୍କନ କରିଥିଲେ। ଲୋକ ମହୋତ୍ସବ ସଂଯୋଜକ ଦୀପକ କୁମାର ପଣ୍ଡା, ଉପଦେଷ୍ଟା ସମିତି ସଦସ୍ୟ ପ୍ରଫୁଲ୍ଲ ହୋତା ଓ ସୂର୍ଯ୍ୟ ପାଣିଗ୍ରାହୀ ଏବଂ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ରହି ଚିତ୍ରକରଙ୍କୁ ଉତ୍ସାହିତ କରିଥିଲେ । ଚିତ୍ରଶିଳ୍ପୀ ମାନେ ପେନସିଲ, ୱାଟର କଲର, ଆକ୍ରେଲିକ, ପେଷ୍ଟ୍ରାଲ ପ୍ରଭୃତିରେ ଚିତ୍ର ଆଙ୍କିଥିଲେ । ଏହି ସମସ୍ତ ଚିତ୍ରକୁ ମହୋତ୍ସବର ପ୍ରଦର୍ଶନୀ ମେଳାରେ ସ୍ଥାନିତ କରାଯିବ । ଏହି କର୍ମଶାଳାରେ ସଂଯୁକ୍ତା କୁଲୁ, ସଞ୍ଜୟ ସାହୁ, ଅନୁରେଖା ଜେନା, ଦେବାଶିଷ ପ୍ରଧାନ, ସ୍ୱରୂପ ସାହୁ, ସୁରଜିତ ରାଉତ, ସନ୍ତୋଷ ପଟନାୟକ, ବନ୍ଦନା ପଣ୍ଡା, ସୁବ୍ରତ ବେହେରା, ମହେଶ ତାଣ୍ଡି, ମନୋଜ ଚୌଧୁରୀ, ବି. ଅଞ୍ଜଳି ରାଓ, ବୃନ୍ଦାବନ ମହାରଣା, ମୋନାଲିସା ଭଗତ ଓ ନମିତା ବଡ଼ପଣ୍ଡା ପ୍ରମୁଖ ଚିତ୍ରଶିଳ୍ପୀ ଚିତ୍ର ଅଙ୍କନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande