ଶବ୍ଦ ନୃତ୍ୟ ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ
ବଲାଙ୍ଗୀର, ୦୨ ଜାନୁଆରୀ(ହି.ସ.) – ବଲାଙ୍ଗିର ଜିଲ୍ଲା ସାଲେଭଟା ନିକଟସ୍ଥ ଐତିହାସିକ ଗାଁ କୁଟାସିଂହା ଠାରେ ଶବ୍ଦ ନୃତ୍ୟର ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ ହୋଇଯାଇଛି, ସ୍ୱାଗତ ଭାଷଣ ଦେଇଥିଲେ ଆନନ୍ଦ ଚନ୍ଦ୍ର ପଶାୟତ,ସୁରେଶ ଚନ୍ଦ୍ର ଦାସ ଦ୍ୱୀପ ପ୍ରଜ୍ୱଳନ ଏବଂ ମନ୍ତ୍ର ପାଠ କରିଥିଲେ, ଆବାହକ
ଶବ୍ଦ ନୃତ୍ୟ ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ


ବଲାଙ୍ଗୀର, ୦୨ ଜାନୁଆରୀ(ହି.ସ.) – ବଲାଙ୍ଗିର ଜିଲ୍ଲା ସାଲେଭଟା ନିକଟସ୍ଥ ଐତିହାସିକ ଗାଁ କୁଟାସିଂହା ଠାରେ ଶବ୍ଦ ନୃତ୍ୟର ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ ହୋଇଯାଇଛି, ସ୍ୱାଗତ ଭାଷଣ ଦେଇଥିଲେ ଆନନ୍ଦ ଚନ୍ଦ୍ର ପଶାୟତ,ସୁରେଶ ଚନ୍ଦ୍ର ଦାସ ଦ୍ୱୀପ ପ୍ରଜ୍ୱଳନ ଏବଂ ମନ୍ତ୍ର ପାଠ କରିଥିଲେ, ଆବାହକ ସରୋଜ କୁମାର ଦାସଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ ଏବଂ ସଭାପତିତ୍ୱରେ ମୂଖ୍ୟ ଅତିଥି ସରପଂଚ ଡିଗ୍ରୀ ମେହେର, ମୂଖ୍ୟ ବକ୍ତା ସମିତି ସଭ୍ୟ ପ୍ରକାଶ ବେହେରା, ସମ୍ମାନୀତ ଅତିଥି ନିମାଇଁ ଚରଣ ଦାସ, ତପସ୍ୱିନୀ ଦାସ ପ୍ରମୁଖ ଯୋଗଦାନ କରି ଐତିହାସିକ ଗାଁ କୁଟାସିଂହା ମାଟିର ମହାପୁରୁଷ ଗୁରୁ ଭଜମନ ଦାସଙ୍କ ପାଇଁ ପଶ୍ଚିମ ଓଡିଶାର ସାଂସ୍କୃତିକ ସମ୍ପତି ଶାସ୍ତ୍ରୀୟ ଶବ୍ଦନୃତ୍ୟର ପ୍ରଚାର ହେଇଛି ଏବଂ କୁଟାସିଂହା ଗାଁ ସ୍ୱତନ୍ତ୍ର ପରିଚୟ ଲାଭ କରିଛି, ଗୁରୁ ଭଜମନ ଦାସଙ୍କ ସ୍ମୃତିରେ ଅନେକ ପଦକ୍ଷେପ ନିଆଯିବାକୁ ନିଷ୍ପତି ନିଆଯାଇଥିଲା, ଏହି ଅବସରରେ ନୂତନ ବର୍ଷ ଉପଲକ୍ଷେ ତୁଳସୀ ରାମାୟଣ ସାତକାଣ୍ଡ ପରିବେଷଣ ହୋଇଥିଲା, ପବିତ୍ର ମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ ଆୟୋଜନରେ ଦୁଃଖିଶ୍ୟାମ ଦାସ,ନନ୍ଦ ଲାଲ ଦାସ, ବୃନ୍ଦାବନ ପୁରୋହିତ, ଅନିରୁଦ୍ଧ ପାତ୍ର, ବରୁଣ ବଗର୍ତୀ, ସୁବାଷ ସାହୁ, ରାଧେଶ୍ୟାମ ମେହେର, ମୂରଲୀଧର ସେଠୀ, ପ୍ରଦୀପ ପାତ୍ର, ଧର୍ମେନ୍ଦ୍ର ସେଠୀ, ଅରକ୍ଷିତ ବେହେରା, କ୍ଷୀର ପାତ୍ର,ବେଦବର ପାତ୍ର, ହଳଧର ପାତ୍ର,ଗଗନ ବେହେରା, ନିରଞ୍ଜନ ଦେହେରୀ ପ୍ରମୁଖ ସହଯୋଗ କରିଥିଲେ

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande