
ବଲାଙ୍ଗୀର, ୦୨ ଜାନୁଆରୀ(ହି.ସ.) – ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ ଠାରେ ୨୪ ରୁ ୩୦ ଡିସେମ୍ବର ୨୦୨୫ ଇତିମଧ୍ୟରେ ଶେଷ ହୋଇଯାଇଛି। ଏଥିରେ ଓଡିଶା ଦଳ ମୋଟ ୩୨ଟି ପଦକ ପାଇଛନ୍ତି। ଏହି ଦଳରେ ବଲାଙ୍ଗୀରରୁ ୫ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଏଥିରୁ ନୟନ ରାୟ କାଂସ୍ୟ ପଦକ ଓ ଅଂଶୁମାନ ସାହୁ ଏ ସ୍ୱର୍ଣ୍ଣ ପଦକ ଆଣି ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳାଳିମାନଙ୍କୁ ଏବଂ କୋଚ ଯୁଧିଷ୍ଠିର ଗୁରହାଣ୍ଡି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ଅତିରିକ୍ତ ଜିଲ୍ଲା ପାଳ ବିଜୟାନନ୍ଦ ସେଠି, ଖେଳ ଅଧିକାରୀ ପରସର ବାଗ, ବିଜେପି ନେତା ଗୋପାଳଜୀ ପାଣିଗ୍ରାହି ସମ୍ବର୍ଦ୍ଧନା ଦେଇଥିଲେ ଏବଂ ବଲାଙ୍ଗିର ଜିଲ୍ଲା ଉଷୁ ସଂଘ ସଭାପତି ତପନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ