
କେନ୍ଦୁଝର, ୦୨ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଇଂରାଜୀ ନୂତନ ବର୍ଷ ୨୦୨୬, ଜାନୁଆରୀ ମାସର ମିଳିତ ଅଭିଯୋଗ ଜନଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଇଂରାଜୀ ନୂତନ ବର୍ଷ ୨୦୨୬, ଜାନୁଆରୀ ମାସର ତା୦୫/୦୧/୨୬ ପ୍ରଥମ ସୋମବାରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାର ହଲରେ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜାନୁଆରୀ ମାସ ୧୨ ତାରିଖ ଦ୍ୱିତୀୟ ସୋମବାର ହାଟଡିହୀ ବ୍ଲକ କାର୍ଯ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜାନୁଆରୀ ମାସ ୧୯ ତାରିଖ ତ୍ରୁତୀୟ ସୋମବାର ଯୋଡା ବ୍ଲକ କାର୍ଯ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜାନୁଆରୀ ମାସ ୨୭ ତାରିଖ ଚତୁର୍ଥ ସୋମବାର ତେଲକୋଇ ବ୍ଲକ କାର୍ଯ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତ ମିଳିତ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ଗୁଡିକ ପୂର୍ବାହ୍ନ ୧୦ ଘଟିକାରେ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ସମୟରେ ସମାପନ ହେବ। ଏହି କାର୍ଯ୍ୟକ୍ରମ ରେ ସର୍ବସାଧାରଣ ନାଗରିକ ଉଲ୍ଲେଖିତ ତାରିଖ, ସମୟ ଓ ସ୍ଥାନ ରେ ନିଜ ନିଜର ତଥା ଅଂଚଳର ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ କରିବା ପାଇଁ ଅଂଶ ଗ୍ରହଣ କରିବାକୁ ସର୍ବସାଧାରଣ ନାଗରିକମାନଙ୍କୁ ସୂଚିତ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA