ଭଦ୍ରକରେ ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି ପାଳିତ
ଭଦ୍ରକ, ୨ ଜାନୁଆରୀ (ହି.ସ.) - ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜନୀତିଜ୍ଞ ଓ ସ୍ୱାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥିକୁ ଭଦ୍ରକରେ ଶ୍ରଦ୍ଧାସମ୍ମାନ ସହ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତିରେ
HAREKRUSHNA MAHATAB PUNYA TITHI


ଭଦ୍ରକ, ୨ ଜାନୁଆରୀ (ହି.ସ.) - ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜନୀତିଜ୍ଞ ଓ ସ୍ୱାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥିକୁ ଭଦ୍ରକରେ ଶ୍ରଦ୍ଧାସମ୍ମାନ ସହ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କର ଦେଶ ଓ ରାଜ୍ୟ ପାଇଁ ଅମୂଲ୍ୟ ଅବଦାନକୁ ସ୍ମରଣ କରାଇଥିଲେ। ଜିଲ୍ଲାପାଳ ହରେକୃଷ୍ଣ ମହତାବଙ୍କ ଦେଶଭକ୍ତି, ରାଜନୈତିକ ଦୂରଦର୍ଶିତା ଓ ଓଡ଼ିଶାର ବିକାଶରେ ତାଙ୍କ ଭୂମିକାକୁ ସ୍ମରଣ କରି ନୂତନ ପିଢ଼ିକୁ ତାଙ୍କ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ସାମାଜିକ କର୍ମୀ ଅତିସ କୁମାର ବେହେରା. ଶାନ୍ତନୁ ରାଉତ, ଆଦିକଂଦ ନାୟକ, ରମେଶ ଦାସ, ବିଜୟ ବାହାଲି,ଲଷ୍ମୀଧର ବିଶ୍ୱାଳ ଓ ସାଧାରଣ ନାଗରିକମାନେ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande