କୁଚିଣ୍ଡା କଲେଜ ଅଧ୍ୟାପିକା ବେଲମତୀ କୁମୁରା ସମ୍ମାନିତ
ସମ୍ବଲପୁର, ୦୨ ଜାନୁଆରୀ(ହି.ସ.) – ଜାତୀୟ ସେବା ଯୋଜନାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ କୁଚିଣ୍ଡା କଲେଜର ଶିକ୍ଷା ବିଭାଗ ଅଧ୍ୟାପିକା ବେଲମତି କୁମୁରା ୱାର୍ଲଡ଼ ଚ୍ୟାରିଟି ୱେଲ ଫାୟାର ଫାଉଣ୍ଡେସନ ତରଫରୁ ''ଓଡ଼ିଆ ଗୌରବ ସମ୍ମାନ- ୨୦୨୫'' ରେ ସମ୍ମାନିତ ହୋଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ କଲେଜର ଅଧ୍ୟ
କୁଚିଣ୍ଡା କଲେଜ ଅଧ୍ୟାପିକା ବେଲମତୀ କୁମୁରା ସମ୍ମାନିତ


ସମ୍ବଲପୁର, ୦୨ ଜାନୁଆରୀ(ହି.ସ.) – ଜାତୀୟ ସେବା ଯୋଜନାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ କୁଚିଣ୍ଡା କଲେଜର ଶିକ୍ଷା ବିଭାଗ ଅଧ୍ୟାପିକା ବେଲମତି କୁମୁରା ୱାର୍ଲଡ଼ ଚ୍ୟାରିଟି ୱେଲ ଫାୟାର ଫାଉଣ୍ଡେସନ ତରଫରୁ 'ଓଡ଼ିଆ ଗୌରବ ସମ୍ମାନ- ୨୦୨୫' ରେ ସମ୍ମାନିତ ହୋଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ କଲେଜର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି। ଏନଏସଏସ ଜରିଆରେ ସ୍ୱଚ୍ଛତା, ସ୍ୱାସ୍ଥ୍ୟ, ରକ୍ତଦାନ, ନାରୀ ସୁରକ୍ଷା, ବୃକ୍ଷ ରୋପଣ, ଟ୍ରାଫିକ ସମସ୍ୟା ପ୍ରତିକାର, ଦୁର୍ନୀତି ଓ ନିଶା ନିବାରଣ ଉପରେ ଅନେକ କାର୍ଯ୍ୟକ୍ରମ ରେ ଜନସଚେତନତା ସୃଷ୍ଟି, ଶ୍ରେଣୀ କୋଠରୀରେ ସରଳ ଶିକ୍ଷାଦାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଶକ୍ତି, ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ଉଦ୍ୟମରତ ଅଧ୍ୟାପିକା କୁମୁରା ଜଣେ ଛାତ୍ରବତ୍ସଳା ଅଧ୍ୟାପିକା ଭାବରେ କୁଚିଣ୍ଡା ଅଂଚଳରେ ସୁପରିଚିତ। ଗତ ୨୦୨୪ ଗଣତନ୍ତ୍ର ଦିବସ ପ୍ୟାରେଡ ଶିବିରରେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ। ଅଧ୍ୟାପିକା କୁମୁରାଙ୍କ ତତ୍ୱାବଧାନରେ କୁଚିଣ୍ଡା ଅଂଚଳରୁ ୧୮ ଜଣ ସ୍ୱେଛାସେବୀ ରାଜ୍ୟ ତଥା ଜାତୀୟ ସ୍ତରୀୟ ଶିବିରରେ ଯୋଗ ଦେବାର ସୁଯୋଗ ମଧ୍ୟ ପାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande