କୁଷ୍ଠରୋଗୀ କଲୋନିରେ ନୂଆବର୍ଷ ପାଳିଲା ସ୍ୱାଭିମାନ ସମ୍ବଲପୁର
ସମ୍ବଲପୁର, ୦୨ ଜାନୁଆରୀ(ହି.ସ.) – ମାନବ ସେବା ହିଁ ମାଧବ ସେବା। ଏହାକୁ ପାଥେୟକରି ସମାଜର ମୁଖ୍ୟ ସ୍ରୋତଠାରୁ ଦୂରରେ ବଣ ଜଙ୍ଗଲ ଭରା ପରିବେଶରେ ରହୁଥିବା ହାତୀବାରି କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ଦୁଃଖକୁ ଏଡାଇ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛି ସମ୍ବଲପୁର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସ
କୁଷ୍ଠରୋଗୀ କଲୋନିରେ ନୂଆବର୍ଷ ପାଳିଲା ସ୍ୱାଭିମାନ ସମ୍ବଲପୁର


ସମ୍ବଲପୁର, ୦୨ ଜାନୁଆରୀ(ହି.ସ.) – ମାନବ ସେବା ହିଁ ମାଧବ ସେବା। ଏହାକୁ ପାଥେୟକରି ସମାଜର ମୁଖ୍ୟ ସ୍ରୋତଠାରୁ ଦୂରରେ ବଣ ଜଙ୍ଗଲ ଭରା ପରିବେଶରେ ରହୁଥିବା ହାତୀବାରି କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ଦୁଃଖକୁ ଏଡାଇ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛି ସମ୍ବଲପୁର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ 'ସ୍ୱାଭିମାନ ସମ୍ବଲପୁର'। ନବବର୍ଷରେ କିଏ କେକ୍ କାଟି, ଭୋଜିଭାତ କି ଆଉ କେହି ଭିନ୍ନ ଉପାୟରେ ପାର୍ଟି ମନାଇଥାଏ। ହେଲେ, ସମ୍ବଲପୁର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ସ୍ୱାଭିମାନ ସମ୍ବଲପୁର' ବିଗତ ୯ ବର୍ଷ ଧରି ନିଆରା ଢଙ୍ଗରେ ପାଳନ କରିଆସୁଛି ନବବର୍ଷ। ବଣ ଜଙ୍ଗଲ ଘେରା କୁଷ୍ଠାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ନୂତନ ବର୍ଷ ଉପଲକ୍ଷେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସୁସ୍ୱାଦୁ ବ୍ୟଞ୍ଜନ ଆଉ ବସ୍ତ୍ରଦାନର ଆୟୋଜନ କରାଯାଇଥିଲା। ତ୍ରିଲୋଚନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟତମ ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀ ଉମାକାନ୍ତଙ୍କ ବାରିକ, ବରିଷ୍ଠ କଣ୍ଠଶିଳ୍ପୀ ବିଭୂତି ପଟ୍ଟାୟକ, ଦିଲୀପ ବାଗ, ଉଦୀୟମାନ କଣ୍ଠଶିଳ୍ପୀ ରାଜକୁମାର ଜାଲ ଓ ଚେତନାମୟୀ ବେହେରାଙ୍କ ଗୀତରେ ଝୁମି ଉଠିଥିଲେ ଅନ୍ତେବାସୀ। ମନଭରି ଉପରୋଗ କରିଥିଲେ ଏହି କାର୍ଯ୍ୟକ୍ରମକୁ। 'ସ୍ୱାଭିମାନ ସମ୍ବଲପୁର'ର ସଭାପତି ସଂଜୀବ କଂସାରି ଏବଂ ସଂପାଦକ ଶିଶିର ବହିଦାରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁରର ଉଦ୍ୟୋଗପତି ଶିଲା ଶିବପ୍ରସାଦ, ବିଶିଶ୍ଟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସ୍‌ଏସ୍‌?ଓ) ସେ?ରଚନ୍ଦ୍ର ପାଣି, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରାଜାରାମ ପାଢ଼ୀ ଯୋଗ ଦେଇଥିଲେ। ଶୋଭନ ପଟ୍ଟନାୟକ, ଚନ୍ଦ୍ରକୁମାର ଅଗ୍ରୱାଲ, କୃଷ୍ଣଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ସଂଗଠନର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ସମୀର ହୋତା, କୁନ୍ଦନ ପ୍ରଧାନ, ଆକାଶ ସାହୁ, ଅପୂର୍ବ ନାୟକ, ଜୀବନ ବେହେରା, ସୁଶାନ୍ତ ରାଉତ, ରିଙ୍କୁ ପଶାୟତ, ଦେବନ୍ତ ବେହେରା ପରିଚାଳନାରେ ପ୍ରମୁଖ ଭୂମିକା ନେଇଥିଲେ। ବାବଲୁ ଷଣ୍ଢ, ଉପେନ୍ଦ୍ର ରାଉତ, ଶ୍ରୀୟାଂସୁ ରାଉତ, ସୁମନ୍ତ ବେହେରା, ଭବାନୀ ପଣ୍ଡା, କୁନାଲ ପ୍ରଧାନ, ବିକାଶ ମେହେର, ଅଭିଷେକ ପ୍ରଧାନ, ପ୍ରିୟାଂଶୁ, ଅମିତ ହୋତା, ଚିନ୍ମୟ ଦାସ, ରାଜେନ୍ଦ୍ର ଦାସ, ଅମିତ ହୋତା, ଚିନ୍ମୟ ଦାସ, ରାଜେନ୍ଦ୍ର ଦାସ, ଶୁଭମ ପୃଷ୍ଟି,ସୁଧିର ବେହେରା, ଗୁଣନିଧି ରାଉତ, ହିମାଂଶୁ ସାନବଡ ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande