
କେନ୍ଦ୍ରାପଡା, ୨ ଜାନୁଆରୀ (ହି.ସ.)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କୋର୍ଟର ନୂତନ ସରକାରୀ ଓକିଲ ନିଯୁକ୍ତି ହୋଇଛନ୍ତି । ଏହି ଅବସରରେ ଦୀର୍ଘ ୨୦ ବର୍ଷ ଧରି କେନ୍ଦ୍ରାପଡା କୋର୍ଟରେ ଓକିଲାତି କରୁଥିବା ନେହେରୁ କୁମାର ସାହୁଙ୍କୁ ଯୋଗ୍ୟ ବିବେଚିତ ଅନୁଭବ କରି କେନ୍ଦ୍ରାପଡା ପୋକ୍ସୋ କୋର୍ଟ ଓ ଏଡିଜେ କୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ