କଲରା ପତରିଆ ବାଘ ଛାଲ ଓ ଦୁଇଟି ସମ୍ବର ଶିଘଂ ଜବତ, ୬ ଜଣଙ୍କୁ କୋର୍ଟଚାଲାଣ
ନୂଆପଡ଼ା, ୨ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ପକ୍ଷରୁ କରଲା ପତରିଆ ବାଘ ଛାଲ ଓ ଦୁଇଟି ସମ୍ବର ଶିଘଂ ଜବତ କରାଯାଇଛି । ଏହି ଦୁଇଟି ମାମଲାରେ ଛଅ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଆଜି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ସୂଚନା ଦେଇଛନ୍ତି । ଗୁରୁବାର ଖଡ଼ିଆଳ ରେଞ୍ଜ ଅଂଚଳର ପତ
Bagha chhala jabat


ନୂଆପଡ଼ା, ୨ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ପକ୍ଷରୁ କରଲା ପତରିଆ ବାଘ ଛାଲ ଓ ଦୁଇଟି ସମ୍ବର ଶିଘଂ ଜବତ କରାଯାଇଛି । ଏହି ଦୁଇଟି ମାମଲାରେ ଛଅ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଆଜି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ସୂଚନା ଦେଇଛନ୍ତି ।

ଗୁରୁବାର ଖଡ଼ିଆଳ ରେଞ୍ଜ ଅଂଚଳର ପତାଳଘୁଟକୁରି ଗ୍ରାମର ମହେଶ ସାହୁ (୬୨) ଓ ତାଙ୍କ ପୁଅ ଗଜାନନ ସାହୁ (୨୬) ଚିତା ବାଘ ଛାଲ ରଖିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଅନ୍ୟ ଏକ ଘଟଣାରେ ଶୁକ୍ରବାର ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ବୋଡ଼େନ ସେକ୍ସନ ଚାରିଜଣ ବ୍ୟକ୍ତି ଗୋଟିଏ ଚିତା ବାଘ ଛାଲ ଓ ଦୁଇଟି ସମ୍ବର ସିଙ୍ଗ ରଖି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଦିନେଶ ମାଝି (୬୨), ସୁକୁରାମ ଚିନ୍ଦା (୪୫), ପୂର୍ଣ୍ଣଚନ୍ଦ୍ର ମାଝି (୪୬) ଓ ମଧୁସୂଦନ ମାଝି (୫୫) ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସମସ୍ତେ ବୋଡ଼େନ ଥାନା ଅନ୍ତର୍ଗତ ସରାଧାରପୁର ଗ୍ରାମର ବୋଲି ଜଣାପଡ଼ିଛି । ଛଅ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଦୁଇ ଜଣ ଫେରାର ଥିବା ଜଣାପଡିଛି ।

ଚଢ଼ଉର ନେତୃତ୍ୱ ନେଇଥିଲେ ଏସିଏଫ ପ୍ରଶ୍ନଜିତ ନାଏକ ଓ ମହମ୍ମଦ ମୁସ୍ତାଫା ସାହିଲ ସମେତ ସ୍ଥାନୀୟ ବନ କର୍ମଚାରୀ । ଅଭିଯୁକ୍ତ ମାନଙ୍କୁ ୱାଇଲ୍ଡ ପ୍ରୋଟେକ୍ସନ ଆଇନ ଓ ବେଆଇନ ଭାବରେ ସବୁଆନ ପଟ୍ଟା ରଖିଥିବା ଅଭିଯୋଗରେ କୋର୍ଟଚାଲାଣ କରିଥିବା ବନଖଣ୍ଡ ଅଧିକାରୀ ଶ୍ରୀ ଖାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande