
ଭୁବନେଶ୍ୱର, 02 ଜାନୁଆରି (ହି.ସ.) ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟ, ଜାଜପୁରର ପୂର୍ବତନ ପ୍ରିନ୍ସିପାଲ ଓ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଅଦ୍ୱୈତ ପ୍ରସାଦ ମଲ୍ଲିକ ଏବଂ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବଦ୍ରୀ ନାରାୟଣ ରାୟଙ୍କୁ ₹୩୨,୦୭,୬୨୦ ସରକାରୀ ଧନ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଉକ୍ତ ଧନରାଶି ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଚାଲୁଥିବା ସ୍ୱୟଂ-ରକ୍ଷା କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ମଞ୍ଜୁରି ପାଇଥିଲା, ଯାହାକୁ ଦୁଇ ଅଭିଯୁକ୍ତ ଦୁରୁପଯୋଗ କରି ଆତ୍ମସାତକରିଥିବା ଅଭିଯୋଗ ହୋଇଛି।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଶ୍ରୀ ଅଦ୍ୱୈତ ପ୍ରସାଦ ମଲ୍ଲିକ ଏବଂ ଶ୍ରୀ ବଦ୍ରୀ ନାରାୟଣ ରାୟଙ୍କୁ ଆଜି ମାନନୀୟ ଅଦାଳତରେ ହାଜର କରାଯାଇଛି। ମାମଲାର ଅଧିକ ତଦନ୍ତ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ