ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ
କେନ୍ଦୁଝର, ୦୨ ଜାନୁଆରି (ହି.ସ.) - ସଡ଼କ ସୁରକ୍ଷା ମାସ ପାଳନ ଅବସରରେ କେନ୍ଦୁଝର ଡ଼ିମ୍ବୋ ସ୍ଥିତ ଇଂ. ବସନ୍ତ କୁମାର ଦାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେଏସ୍‌ଇ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେଆଂଚଳିକ ପରିବହନ କାର୍ଯ୍ୟାଳୟ, କେନ୍ଦୁଝର ଦ୍ୱାରା ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରା
ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ


କେନ୍ଦୁଝର, ୦୨ ଜାନୁଆରି (ହି.ସ.) - ସଡ଼କ ସୁରକ୍ଷା ମାସ ପାଳନ ଅବସରରେ କେନ୍ଦୁଝର ଡ଼ିମ୍ବୋ ସ୍ଥିତ ଇଂ. ବସନ୍ତ କୁମାର ଦାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେଏସ୍‌ଇ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେଆଂଚଳିକ ପରିବହନ କାର୍ଯ୍ୟାଳୟ, କେନ୍ଦୁଝର ଦ୍ୱାରା ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ନିୟମ, ସୁରକ୍ଷିତ ଯାନ ବାହାନ ଚଳାଚଳ ଓ ଦାୟିତ୍ୱଶୀଳ ଯାତାୟାତ ବିଷୟରେ ସଚେତନ କରାଯାଇଥିଲା। ଏହି ପ୍ରୟାସ ମାଧ୍ୟମରେ ଜୀବନ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ ସଡ଼କ ସୁରକ୍ଷା ନିୟମ ମାନିବାର ଗୁରୁତ୍ୱ ଉପରେ ଜୋର ଦିଆଯାଇଥିଲା। ଏହାପରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥୂଲା, ଯାହାର ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷା ସମ୍ପର୍କରେ ତାଙ୍କର ଜ୍ଞାନ ପରୀକ୍ଷା କରିପାରିଥିଲେ ଏବଂ ତାଙ୍କ ଭିତରେ ସଚେତନତା ବଢ଼ାଇପାରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରି ଏହାକୁ ସଫଳ କରିଥିଲେ। ଆଂଚଳିକ ରିବହନ କାର୍ଯ୍ୟାଳୟ, କେନ୍ଦୁଝର ଦ୍ୱାରା ସଡ଼କ ସୁରକ୍ଷ ସୁରକ୍ଷା ମାସରେ ଏହିପରି ବହୁ କାର୍ଯ୍ୟକ୍ରମ କ୍ରମ ଆୟୋଜିତ କରାଯିବ ଯାହା ଦ୍ୱାରା ସାଧାରଣ ଲୋକଙ୍କୁ ଚେତନ କରିହେବ ବୋଲି ଏହାର ଏହାର ଅଧୂକାରୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande