ବାଇକ ଧକ୍କାରେ ଯୁବକ ମୃତ
ଜୟପୁର, ୦୨ ଜାନୁଆରି (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଗୌଡଗୁଡା ଗ୍ରାମର ଗଣେଶ ଗୌଡ ଏକ ବାଇକ ଧକ୍କାରେ ମୃତ୍ୟୁ ହୋଇଥିବା ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ଗୌଡଗୁଡା ଗ୍ରାମର ଗଣେଶ ଗୌଡ ଏବପ୍ସ ତାଙ୍କ ସାଥୀ କଲି ହରିଜନ
ବାଇକ ଧକ୍କାରେ ଯୁବକ ମୃତ


ଜୟପୁର, ୦୨ ଜାନୁଆରି (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଗୌଡଗୁଡା ଗ୍ରାମର ଗଣେଶ ଗୌଡ ଏକ ବାଇକ ଧକ୍କାରେ ମୃତ୍ୟୁ ହୋଇଥିବା ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ଗୌଡଗୁଡା ଗ୍ରାମର ଗଣେଶ ଗୌଡ ଏବପ୍ସ ତାଙ୍କ ସାଥୀ କଲି ହରିଜନ ଜୟପୁରରୁ କାମ ସାରି ଘରକୁ ଯିବା ସମୟରେ ପେପରମିଲ ଛକରେ ଥିବା ଏକ ମୋଟର ସାଇକଲ ଗ୍ୟାରେଜରେ ଗାଡି ମରାମତି କରିଥିଲେ। ସେଠାରୁ ଦୁଇ ସାଙ୍ଗ ଗଣେଶ ଗୌଡ ଏବପ୍ସ ତାଙ୍କ ସାଥୀ କଲି ହରିଜନ ଚାଲି ଚାଲି ଯାଉଥିବା ସମୟରେ ପଛପଟୁ ଏକ ଡିଲକ୍ସ ମୋଟର ସାଇକଲ (ଓଡି୧୦ଜେ୬୪୨୬) ଆସି ଧକ୍କା ଦେଇଥିଲା। ଗଣେଶ ଗୌଡଙ୍କୁ ଗୁରୁତର ଧକ୍କା ହୋଇଥିଲା। ତାଙ୍କୁ ତୁରନ୍ତ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯିବା ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟରେ ଗଣେଶଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଗଣେଶଙ୍କ ଭାଇ ସନ୍ୟାସୀ ଗୌଡ ଥାନାରେ ଏକ ଏତଲା ଦେବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande