
ବଲାଙ୍ଗୀର, ୦୨ ଜାନୁଆରୀ(ହି.ସ.) – ବଲାଙ୍ଗୀରର ଆନନ୍ଦନଗର ନିବାସୀ ତ୍ରିଲୋଚନ ସାହୁଙ୍କର ୭୯ ବର୍ଷ ବୟସରେ ଏକ ଘରୋଇ ହସ୍?ପିଟାଲରେ ତା.୩୧.୧୨.୨୦୨୫ ଦିନ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ୧୯୪୬ ମସିହାରେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ(ଖ)ଗ୍ରାମରେ ସ୍ୱର୍ଗତ ବଳରାମ ସାହୁ ଏବଂ ପାଂଚ ସାହୁଙ୍କ ଔରସରୁ ତୃତୀୟ ପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ ମସିହାରେ ୱେସକୋ ଓଡିଶା ସରକାରଙ୍କ ବିଦ୍ୟୁତ ବିଭାଗରୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀରୁ ଅବସର ଗ୍ରହଣ କରିବା ସହିତ ବଲାଙ୍ଗୀର ଜିଲ୍ଲାର କୁଲତା ସମାଜର ପୂର୍ବତନ ଜିଲ୍ଲା ସଭାପତି ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ସେ ଜଣେ ମିଷ୍ଟ ଭାଷି, ମେଳାପି ଏବ ପରୋପକାରୀ ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ। ମୃତ୍ୟୁ ପରେ ସେ ତାଙ୍କର ସମ୍ପୁର୍ଣ୍ଣ ଶରୀରକୁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ବଲାଙ୍ଗିର କୁ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ଉଦ୍ଦେଶ୍ୟରେ ୨୦୧୬ ମସିହାରେ ସ୍ୱଇଚ୍ଛାରେ ଦାନ କରିଥିବାରୁ ଓଡିଶା ସରକାରଙ୍କ ଦ୍ୱାରା ୨୦୧୭ ମସିହାରେ ସେ ଦଧିତି ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ପରେ ସେ ତିନି ଝିଅ, ଜ୍ୱାଇଁ, ଦୁଇ ପୁତ୍ର, ପୁତ୍ରବଧୂ ଓ ୬ଜଣ ନାତି ନାତୁଣୀଙ୍କୁ ଛାଡିଯାଇଛନ୍ତି। ତାଙ୍କର ବିୟୋଗରେ ଲୋଇସିଂହା ତଥା ସମଗ୍ର ବଲାଙ୍ଗୀରର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ