ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ପାଇଁ ଲଢ଼ିବ କଂଗ୍ରେସ
ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)-ଯାଜପୁର ଜିଲ୍ଲା ଉଦୟଗିରି ଠାରେ ଆଦିବାସୀ ସମ୍ପ୍ରଦାୟଙ୍କ ଘର ବୁଲଡୋଜର ମାଧ୍ୟମରେ ଭଙ୍ଗାଯିବାକୁ ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି। କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଓ ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ଯଶୋବନ୍ତ ସିଂ ଲାଗୁରି
ଗହଗଦଦଜ


ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)-ଯାଜପୁର ଜିଲ୍ଲା ଉଦୟଗିରି ଠାରେ ଆଦିବାସୀ ସମ୍ପ୍ରଦାୟଙ୍କ ଘର ବୁଲଡୋଜର ମାଧ୍ୟମରେ ଭଙ୍ଗାଯିବାକୁ ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି।

କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଓ ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ଯଶୋବନ୍ତ ସିଂ ଲାଗୁରି କହିଛନ୍ତି ଯେ ଗତ କିଛି ମାସ ହେଲାଣି ବିଜେପି ସରକାର ଆସିବାପରେ ଆଦିବାସୀଙ୍କ ଜମି ଉପରେ ଲୋଲୁପଦୃଷ୍ଟି ପକାଇଛନ୍ତି । ରାଜଗାଙ୍ଗପୁରର ଏୟାରଷ୍ଟ୍ରିପ, ସୁନ୍ଦରଗଡ଼ ଲାଞ୍ଜିବେର୍ଣ୍ଣା ଜମି ଅଧିଗ୍ରହଣ, କେନ୍ଦୁଝରରେ ପସ୍କୋ, ଟିକରପଡ଼ାରେ ଷ୍ଟାରାଲାଇଟ ପାଇଁ ଆଦିବାସୀଙ୍କ ଜମି ଅଧିଗ୍ରହଣ ବେନିୟମ ହିିସାବରେ ସରକାର କରୁଛନ୍ତି । ଏବେ ଯାଜପୁର ଜିଲ୍ଲାର ଉଦୟଗିରି ଠାରେ ହେବାକୁଥିବା ବୌଦ୍ଧ ସମ୍ମିଳନୀ ପାଇଁ ମଝିପଡ଼ା ଗ୍ରାମାଞ୍ଚଳରେ ପ୍ରଶାସନ ଆଦିବାସୀଙ୍କ ଘରଭଙ୍ଗା ସହିତ ଗଛକାଟିଛନ୍ତି । ନିରୀହ ଗରିବ ଆଦିବାସୀ କେଉଁଠି ରହିବେ ସରକାର ଚିନ୍ତା କରୁ ନାହାନ୍ତି । କିନ୍ତୁ କଂଗ୍ରେସ ସବୁବେଳେ ଆଦିବାସୀଙ୍କ ଦୁଃଖରେ ଛିଡ଼ା ହୋଇଛି ଏବଂ ରହିବ ।

ଉପସ୍ଥିତ ଥିବା ବିଶିଷ୍ଟ କଂଗ୍ରେସ ନେତା ତଥା ବିସ୍ଥାପନ ଓ ପରିବେଶ ଆବାହକ ସୁଧାଂଶୁ ସେଖର ଦେଓ, କେବଳ ଓଡ଼ିଶା ନୁହଁ ସାରା ଦେଶରେ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଗଭିର ଉଦବେଗ ପ୍ରକାଶ କରି କହିଛନ୍ତି, ଓଡ଼ିଶା ଜଗନ୍ନାଥଙ୍କ ଦେଶ, ସବର ଜନଜାତି ହେଉଛନ୍ତି ଜଗନ୍ନାଥଙ୍କ ନିଜ ଲୋକ । କିନ୍ତୁ ଓଡ଼ିଶା ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ନୂଆବର୍ଷ ଦିନ ଆଦିବାସୀ ଶବରଙ୍କ ଘର ମଝିପଡ଼ାରେ ନିର୍ମମ ଭାବରେ ଭାଙ୍ଗିଦେଲା । ଏ ବିଷୟରେ ଯାଜପୁର ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି । ଆଦିବାସୀଙ୍କ ଥଇଥାନ ବିଷୟରେ ମଧ୍ୟ ପାଟି ଖୋଲିପାରୁ ନାହାନ୍ତି ।ଜଙ୍ଗଲ ଅଧିକାର ଆଇନ ଅନୁସାରେ କାହିଁକି ଆଦିବାସୀଙ୍କୁ ଜମି ପଟ୍ଟା ଦିଆଯାଉ ନାହିଁ? କାହିଁକି ମଝିପଡ଼ା, ବାରିପଦା ଓ ଅନୁଗୋଳରେ ଆମ୍ବ, ପଣସ ତଥା ଅନ୍ୟ ଲକ୍ଷ ଲକ୍ଷ ଗଛ କଟାଯାଉଛି । ଏ ସମସ୍ତ ବିଷୟରେ ସରକାରଙ୍କ ତତ୍ପରତା ନାହିଁ । କଂଗ୍ରେସ ନିରବ ରହିବ ନାହିଁ । ଦଳିତ, ଆଦିବାସୀ ଓ ପଛୁଆବର୍ଗ (ବିଏପି) ଙ୍କ ହିତପାଇଁ ଘୋର ସଂଗ୍ରାମ କରିବ । ବିଜେପି ସରକାରଙ୍କ ଚିନ୍ତାଧାରା ହେଉଛି ମନୁସଂହିତା କିନ୍ତୁ କଂଗ୍ରେସର ସମ୍ବିଧାନ । ତାଙ୍କ ହିନ୍ଦୁତ୍ୱରେ ଦଳିତଙ୍କ ସ୍ଥାନ ନାହିଁ । ଗାନ୍ଧୀ ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣୀତ ନୁହଁନ୍ତି, ସେମାନେ ଗଡସେଙ୍କୁ ବିଶ୍ୱାସ କରନ୍ତି । ସମ୍ବିଧାନରେ ବିଶ୍ୱାସ କରନ୍ତି ନାହିଁ । ମନୁବାଦକୁ ବିଶ୍ୱାସ କରନ୍ତି । ଆମ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ଏବଂ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦଳିତ ଆଦିବାସୀ ଓ ପଛୁଆବର୍ଗଙ୍କ ପାଇଁ ଆଗାମୀ ଦିନରେ କଂଗ୍ରେସ ଭୟଙ୍କର ଏବଂ ନିରନ୍ତର ସଂଗ୍ରାମ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande