
ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ଶନିବାର ଘନ କୁହୁଡ଼ି ଯୋଗୁ
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସଞ୍ଚାଳନ ପ୍ରଭାବିତ
ହୋଇଛି । ସହରର ଅନେକ ଅଞ୍ଚଳରେ ଦୃଶ୍ୟତା ଶୂନ୍ୟ ସ୍ତରକୁ ଖସିଯାଇଥିବାରୁ ସକାଳ ସମୟରେ ଗୋଟିଏ
ମଧ୍ୟ ଉଡ଼ାଣ ହୋଇପାରିନାହିଁ । ସେହିପରି ଅନେକ ଆଗମନ ଉଡ଼ାଣ ବିଳମ୍ବିତ ଏବଂ ଅନ୍ୟ ସହରକୁ
ଡାଇଭର୍ଟ କରାଯାଇଛି।
ବିମାନବନ୍ଦର ନିର୍ଦ୍ଦେଶକଙ୍କ ଅନୁସାରେ, ଓଡ଼ିଶାର ରାଜଧାନୀକୁ ଆସୁଥିବା ତିନିଟି ଉଡ଼ାଣ ଖରାପ ଦୃଶ୍ୟତା
କାରଣରୁ ଅନ୍ୟ ସହରକୁ ଡାଇଭର୍ଟ କରିବାକୁ ପଡ଼ିଥିଲା। ପ୍ରଭାବିତ ଉଡ଼ାଣଗୁଡ଼ିକୁ ରାଞ୍ଚି, କୋଲକାତା ଓ ଚେନ୍ନାଇ ଦିଗକୁ ପଠାଯାଇଥିଲା। ଅଞ୍ଚଳରେ ଲଗାତାର ଘନ
କୁହୁଡ଼ି ରହିବା ଯୋଗୁ ଗତ ତିନି ଦିନ ଧରି ବିମାନବନ୍ଦରର ସଞ୍ଚାଳନ ପ୍ରଭାବିତ ହୋଇଆସୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା