ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦଘାଟନୀ ଉତ୍ସବ ଆଜି
ଭୁବନେଶ୍ୱର, 03 ଜାନୁଆରି (ହି.ସ.) ଆଜି ଶନିବାର ଆଧୁନିକ ଓଡ଼ିଶାର ନିର୍ମାତା, ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦଘାଟନୀ ଉତ୍ସବ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଦିବା ୧୦.୩୦ ସମୟରୁ ଆରମ୍ଭ ହେବ। ଜୟନ୍ତୀ କମିଟି ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପଟ୍ଟନ
ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦଘାଟନୀ ଉତ୍ସବ ଆଜି


ଭୁବନେଶ୍ୱର, 03 ଜାନୁଆରି (ହି.ସ.) ଆଜି

ଶନିବାର ଆଧୁନିକ ଓଡ଼ିଶାର ନିର୍ମାତା, ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦଘାଟନୀ ଉତ୍ସବ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଦିବା ୧୦.୩୦ ସମୟରୁ ଆରମ୍ଭ ହେବ।

ଜୟନ୍ତୀ କମିଟି ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ ବିରାପା ମୋଇଲି, ରାଜ୍ୟସଭା ସାଂସଦ ରଣଦୀପ ସିଂହ ସୂର୍ଜେୱାଲା, ପିସିସି ସଭାପତି ଭକ୍ତ ଚରଣ ଦାସ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ, ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ ଦେବେ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande