ଘନ କୁହୁଡିର ଚାଦର ରାଜ୍ୟ, ଆଗାମୀ 4ଦିନ ଯାଏ ରହିବା ସମ୍ଭାବନା
ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ଶନିବାର ରାଜ୍ୟର ଅନେକ ଅଞ୍ଚଳରେ ଘନ କୁହୁଡ଼ି ଛାଇ ରହିଥିବାରୁ ସାରା ରାଜ୍ୟର ସାଧାରଣ ଜୀବନ ପ୍ରଭାବିତ ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୧୪ଟି ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି। ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଦୃଶ୍
କୁହୁଡି


ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ଶନିବାର ରାଜ୍ୟର ଅନେକ

ଅଞ୍ଚଳରେ ଘନ କୁହୁଡ଼ି ଛାଇ ରହିଥିବାରୁ ସାରା ରାଜ୍ୟର ସାଧାରଣ ଜୀବନ ପ୍ରଭାବିତ ହୋଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୧୪ଟି ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି। ସକାଳ ପ୍ରାୟ

୧୦ଟା ପର୍ଯ୍ୟନ୍ତ ଦୃଶ୍ୟତା ଅତ୍ୟଧିକ କମ୍ ରହିଥିବାରୁ ସଡ଼କ ଯାତାୟାତ ଓ ଦୈନନ୍ଦିନ

କାର୍ଯ୍ୟକଳାପ ଉପରେ ଖରାପ ପ୍ରଭାବ ପଡ଼ିଛି।

କମ୍ ଦୃଶ୍ୟତା ଯୋଗୁ ଜାତୀୟ ରାଜପଥ ଓ

ସହରର ସଡ଼କରେ ଯାନବାହନ ଧୀର ଗତିରେ ଚଳାଚଳ କରୁଥିବା ଦେଖାଯାଇଛି । ଫଳରେ ଯାତ୍ରୀମାନେ ଗୁରୁତର

ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ସ୍ଥାନରେ ସକାଳ ସମୟରେ ଦୃଶ୍ୟତା ଅତ୍ୟନ୍ତ ସୀମିତ ରହିଛି

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ

ବିଜ୍ଞାନ କେନ୍ଦ୍ର ଅନୁସାରେ, ରାଜ୍ୟର

ଅନେକ ଜିଲ୍ଲାରେ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିବାର ସମ୍ଭାବନା ଅଛି।

ଆଗାମୀ ୨୪ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ୧୪ଟି ଜିଲ୍ଲାରେ କୁହୁଡ଼ି ସତର୍କତା

ଜାରି କରି ଲୋକମାନଙ୍କୁ, ବିଶେଷକରି

ଭୋର ଓ ସକାଳ ସମୟରେ ଯାତ୍ରା କରିବାବେଳେ ସାବଧାନ ରହିବାକୁ ଅନୁରୋଧ କରିଛି।

ଘନ କୁହୁଡ଼ିକୁ ନେଇ ଖୋର୍ଦ୍ଧା, ପୁରୀ, କଟକ ଓ

ଜଗତସିଂହପୁର ଏହି ଚାରିଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଓ

ସୁନ୍ଦରଗଡ଼ ସହିତ 10ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।

ପାଣିପାଗ ବିଭାଗ ଗାଡିଚାଳକମାନଙ୍କୁ

ଫଗ୍‌ ଲାଇଟ୍‌ ବ୍ୟବହାର କରିବା, ସୁରକ୍ଷିତ

ଦୂରତା ରଖିବା ଓ ସକାଳ ସମୟରେ ଅନାବଶ୍ୟକ ଯାତ୍ରାରୁ ବଚିବାକୁ ପରାମର୍ଶ ଦେଇଛି। ଏହା ସହ ଆସନ୍ତା

ଦିନଗୁଡ଼ିକରେ ଘନ କୁହୁଡ଼ି ସଡ଼କ ସୁରକ୍ଷା ଓ ପରିବହନ ସେବାକୁ ପ୍ରଭାବିତ କରିପାରେ ବୋଲି

ଅଧିକାରୀମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande